Birthday Turns Tragic / ଜନ୍ମଦିନ ପାର୍ଟିରେ ସୁଇମିଂ ପୁଲ୍ରେ ସୁମିତ୍ରାଙ୍କ ମୃତ୍ୟୁ; ଦୁଇ ବନ୍ଧୁଙ୍କୁ ପୋଲିସର ଜେରା
·1 hour ago·2 min read

Key Points
ଜନ୍ମଦିନରେ ମୃତ୍ୟୁ । ସୁଇମିଂ ପୁଲ୍ରେ ସୁମିତ୍ରାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ସୁମିତ୍ରାଙ୍କ ସହ ହୋଟେଲ୍ ଯାଇଥିବା ୨ ବନ୍ଧୁଙ୍କ ପୋଲିସ ସନ୍ଦେହରେ ପଚରା ଉଚରା କରୁଛି ।
ପୁରୀ: ଜନ୍ମଦିନରେ ଚାଲିଗଲା ଜୀବନ । ହୋଟେଲରେ ସେଲିବ୍ରେସନ୍ ହେଲା କାଳ । ସୁଇମିଂ ପୁଲ୍ରେ ସୁମିତ୍ରାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ସୁମିତ୍ରାଙ୍କ ସହ ହୋଟେଲ୍ ଯାଇଥିବା ୨ ବନ୍ଧୁଙ୍କ ପୋଲିସ ସନ୍ଦେହରେ ପଚରା ଉଚରା କରୁଛି ।
ସୋମବାର ସୁମିତ୍ରା ବେହେରାଙ୍କ ବର୍ଥ ଡେ ଥିଲା । ଜନ୍ମଦିନ ପାଳିବାକୁ ପୁରୀର ଏକ ହୋଟେଲକୁ ତାଙ୍କର ସାଙ୍ଗ ଦମ୍ପତିଙ୍କ ସହ ଯାଇଥିଲେ ସୁମିତ୍ରା । ହୋଟେଲେ ସେଲିବ୍ରେସନ୍ ପରେ ସୁଇମିଂ ପୁଲ୍ରେ ଗାଧୋଇ ଥିଲେ ସମସ୍ତେ ।
ଏଥିସହ ପଢ଼ନ୍ତୁ: ନଡ଼ିଆ ତୋଳିବାକୁ ଯାଇ କବାଟ ଛୁଇଁବାରୁ ତାତିଲେ ଗାଁ ଲୋକେ; ଖୁଣ୍ଟରେ ବାନ୍ଧି ପିଟିଲେ, ଚାଲିଗଲା ଜୀବନ
ଆଉ ଅପରାହ୍ଣ ସମୟରେ ହଠାତ୍ ସୁଇମିଂ ପୁଲ୍ରେ ସୁମିତ୍ରାଙ୍କ ଶରୀର ଭାସୁଥିବା ଦେଖିବାକୁ ମିଳିଥିଲା । ଯାହା ପରେ ପୁଲ୍ ଆଟେଣ୍ଡାଣ୍ଟ ସୁମିତ୍ରାଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ସଙ୍ଗୀନ ଅଭିଯୋଗ, ଦୁଇ ବନ୍ଧୁ ଜାଣିଶୁଣି ସୁମିତ୍ରାଙ୍କୁ ମାରି ଦେଇଛନ୍ତି ।
ପୁରୀ ସମୁଦ୍ର କୂଳ ଥାନା ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ହୋଟେଲର ସିସିଟିଭି ଫୁଟେଜ୍କୁ ପୋଲିସ ସିଜ୍ କରିଛି । ସୁମିତ୍ରାଙ୍କ ସାଙ୍ଗରେ ହୋଟେଲ୍ ଯାଇଥିବା ଦୁଇ ବନ୍ଧୁଙ୍କୁ ପଚରା ଉଚରା କରାଯାଉଥିବା ସୂଚନା ଦେଇଛନ୍ତି ପୁରୀ ଏସ୍ପି ।
ସୁଇମିଂ ପୁଲ୍ରେ ଜଗିଥିଲା ମୃତ୍ୟୁ
ସୋମବାର ୩୦ ବର୍ଷରେ ପାଦ ଥାପିଥିଲେ ସୁମିତ୍ରା ବେହେରା । ଜନ୍ମଦିନ ସେଲିବ୍ରେସନ୍ ପାଇଁ ଜଣେ ପୁରୁଷ ବନ୍ଧୁ ଓ ତାଙ୍କ ପତ୍ନୀଙ୍କ ସହ ହୋଟେଲ ଯାଇଥିଲେ । ଦିନ ସାଢ଼େ ୧୧ଟାରେ ଚକ୍ରତୀର୍ଥ ରୋଡ୍ରେ ଥିବା ଏକ ହୋଟେଲରେ ଚେକ ଇନ୍ କରିଥିଲେ ସୁମିତ୍ରା ଓ ତାଙ୍କ ୨ ବନ୍ଧୁ ।
ଅପରାହ୍ଣ ପ୍ରାୟ ୪ଟା ସମୟରେ ୩ ବନ୍ଧୁ ସୁଇମିଂ ପୁଲ୍କୁ ଯାଇ ମଜା-ମସ୍ତି କରିଥିଲେ । ସମୟ ପ୍ରାୟ ୪ଟା ୪୦ ବେଳକୁ ଅନ୍ୟ ୨ ସାଙ୍ଗ ଦୂରକୁ ଚାଲି ଯାଇ ମୋବାଇଲ୍ରେ ବ୍ୟସ୍ତ ଥିଲେ । ସେହି ସମୟରେ ସୁମିତ୍ରା ବୁଡ଼ି ଯାଇଥିଲେ । ସୁମିତ୍ରାଙ୍କୁ ପାଇ ନଥିଲେ ଦୁଇ ବନ୍ଧୁ । ଏହାପରେ ସୁଇମିଂ ପୁଲ୍ର ଆଟେଣ୍ଡାଣ୍ଟଙ୍କୁ ଡାକି ଥିଲେ ଦୁଇ ବନ୍ଧୁ । ସୁମିତ୍ରାଙ୍କୁ ଆଟେଣ୍ଡାଣ୍ଟ ଉଦ୍ଧାର କରି ମେଡିକାଲ୍ ପଠାଇଥିଲେ । ମେଡିକାଲ୍ରେ ତାଙ୍କର ମୃତ୍ୟୁ ହୋଇଛି ।
ଏଥିସହ ପଢ଼ନ୍ତୁ: କୋଳଥିଆ ଡବଲ ମର୍ଡର ପଛରେ ୨ ସ୍କୁଲ ଛାତ୍ର, ପୋଲିସ୍ କହିଲା ହତ୍ୟାକାଣ୍ଡର ଅସଲ କାରଣ
ମୃତ ସୁମିତ୍ରା ଏକ ଇଭେଣ୍ଟ ମ୍ୟାନେଜମେଣ୍ଟରେ କାମ କରି ପରିବାର ଚଳାଉଥିଲେ । ପୂର୍ବ ଦିନ ରାତିରେ ଏକ ହୋଟେଲରେ ଇଭେଣ୍ଟ ସାରି ଫେରିଥିଲେ । ସୋମବାର ନିଜ ଜନ୍ମଦିନ ପାଳନ କରିବାକୁ ହୋଟେଲକୁ ଯାଇଥିଲେ । ସେଠାରେ ସୁଇମିଂ ପୁଲ୍ରେ ବୁଡ଼ି ସୁମିତ୍ରାଙ୍କ ମୃତ୍ୟୁ ହୋଇଛି ।
ତେବେ ସୁମିତ୍ରାଙ୍କ ମୃତ୍ୟୁ କେମିତି ହେଲା ? ତାଙ୍କୁ ହତ୍ୟା କରାଯାଇଛି ନା ଏହା ଏକ ଅଘଟଣ ? ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ସୁମିତ୍ରାଙ୍କ ସହ ହୋଟେଲ୍ ଯାଇଥିବା ଦୁଇ ବନ୍ଧୁଙ୍କୁ ପଚରା ଉଚରା କରୁଛି ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories