Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୌଳିକ ଅଧିକାରରୁ ବଞ୍ଚିତ ତଗାପକାଲି ଗାଁ

Odisha

ମୌଳିକ ଅଧିକାରରୁ ବଞ୍ଚିତ ତଗାପକାଲି ଗାଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମୌଳିକ ଅଧିକାରରୁ ବଞ୍ଚିତ ତଗାପକାଲି ଗାଁ

ଅର୍ଗସ ବ୍ୟୁରୋ: ନାହିଁ ନାହିଁର ଗାଁ ତଗାପକାଲି । ଗାଁ ପାଇଁ ସରକାରୀ ଯୋଜନା ସାତ ସପନ। ଥରେ ଦେଖନ୍ତୁ ରାଜ୍ୟ ସରକାରଙ୍କ ବିକାଶର ବାସ୍ତବ ଚିତ୍ର। ଏ ହେଉଛି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ତଗାପକାଲି ଗାଁ  । ଆଜିବି ସଧ୍ୟା ନଇଁଲେ ଅନ୍ଧାର ଭିତରେ ଚାଲିଯାଏ ପୁରା ଗାଁ । ଗାଁକୁ ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ଭଳି ମୌଳିକ ସୁବିଧା ଆଜିବି ଅପହଞ୍ଚ। ରାସ୍ତା ନଥିବାରୁ ସ୍ଥାନୀୟବାସୀ ଖାଲ ଢିପ ଜାଗାରେ ମାଟି ପକାଇ ଯିବା ଆସିବା କରୁଛନ୍ତି।

ଏଯାଏଁ ଗାଁରେ ପହଞ୍ଚି ପାରିନି ବସୁଧା ଯୋଜନା। ଗାଁରେ ଗୋଟିଏ ବି ସରକାରୀ ନଳକୂଅ ନାହିଁ । ଫଳରେ ଲୋକେ ଚୁଆ ଉପରେ ନିର୍ଭର କରି ଚଳୁଛନ୍ତି ।  ଖାଲି ସେତିକି ନୁହେଁ ଅଙ୍ଗନୱାଡ଼ି କି ପ୍ରାଥମିକ ବିଦ୍ୟାଳୟ ନାହିଁ। ଫଳରେ ସ୍ଥାନୀୟ ଶିଶୁ ପାଠପଢାରୁ ବିଚ୍ୟୁତ ହେଉଛନ୍ତି। ଏ ସମସ୍ୟା ନେଇ ବାଲିଗୁଡ଼ା ବିଡ଼ିଓଙ୍କ ସହ ଆଲୋଚନା କରିବାରୁ ସେ ଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଦୁର୍ଗମରେ ସରକାରୀ ଯୋଜନା ସାତ ସପନ ଏହାର ପ୍ରମାଣ ତଗାପକାଲି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Tagapkali village deprived of basic rights | Argus News