Videos
|
Odisha

ବିଜେପି ଜିଲ୍ଲାପରିଷଦ ସଭ୍ୟଙ୍କୁ ତହସିଲଦାରଙ୍କ ର୍ଦୁବ୍ୟବହାର ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago
ବିଜେପି ଜିଲ୍ଲାପରିଷଦ ସଭ୍ୟଙ୍କୁ ତହସିଲଦାରଙ୍କ ର୍ଦୁବ୍ୟବହାର ଅଭିଯୋଗ

ଅର୍ଗସ ବ୍ୟୁରୋ:  ବିଜେପି ଜିଲାପରିଷଦ ସଭ୍ୟଙ୍କୁ ତହସିଲଦାରଙ୍କ ର୍ଦୁବ୍ୟବହାର ଅଭିଯୋଗ। ରେଢ଼ାଖୋଲ ବ୍ଲକ ଜୋନ 2ର ବିଜେପି ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ତହସିଲ କାର୍ଯ୍ୟାଳୟ ଭିତରେ ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସେଲ ଡିଡ୍ ରିଜେକ୍ଟର କାରଣ ପଚାରିବାକୁ ତହସିଲ ଅଫିସ ଯାଇଥିଲେ ଶରତ ପ୍ରଧାନ। କିନ୍ତୁ ତହସିଲଦାର କାରଣ କହିବା ବଦଳରେ ଦୁର୍ବବ୍ୟବହାର କରିବା ସହ ଅଫିସ କର୍ମଚାରୀଙ୍କୁ ଲଗାଇ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଅଫିସରୁ ତଡି ଦେଇଥିବା ନେଇ ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତହସିଲଦାର।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tahsildar's abuse of BJP district council members | Argus News