Videos
|
Odisha

ଓଡ଼ିଶାରେ କାଶ୍ମିରୀ ଆତଙ୍କିକୁ ନେଇ ହଇଚଇ

Ritu Das
Browse all articles by Ritu Das
·2 years ago·2 min read
ଓଡ଼ିଶାରେ କାଶ୍ମିରୀ ଆତଙ୍କିକୁ ନେଇ ହଇଚଇ

ଅର୍ଗସ ବ୍ୟୁରୋ: କାଶ୍ମୀରର ୱାଣ୍ଟେଡ ଆତଙ୍କବାଦୀ ହେଉଛି ଇଶାନ ବୁଖାରୀ। ଓଡ଼ିଶାରେ ତାର ପ୍ରାୟ 7ଜଣ ସ୍ତ୍ରୀ ଥିବାବେଳେ 5 ଛୁଆ ଅଛନ୍ତି। ସେଥିରୁ ବାରିହେଉଛି ଲଭ ଜିହାଦର ଗନ୍ଧ। ଗତ ଶନିବାର ଓଡ଼ିଶାରେ କାଶ୍ମିରୀ ଆତଙ୍କୀକୁ ଗିରଫ କରାଯିବା ପରେ ଏବେ ପାଣି ପିଉନି ଓଡ଼ିଶା ପୋଲିସ। NIA ଓ IB ଆତଙ୍କୀ ଧରାପଡିବା ନେଇ ତଦନ୍ତ କରିବେ ଓ ଫ୍ରିଜ ହେବ ଆତଙ୍କୀର ୬ ବ୍ୟାଙ୍କ ଆକାଉଣ୍ଟ। ସେପଟେ ଅନୟୁଜୁଆଲ ଟ୍ରାଞ୍ଜାକ୍ସନ ବିଷୟରେ ଜାଣିବା ପାଇଁ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟକୁ ଚିଠି ଦିଆଯାଇଛି। ଆଉ ଆସନ୍ତାକାଲି ୭ ଦିନର ରିମାଣ୍ଡ ଆବେଦନ ହେବ। ଜେରା କରିବେ କେରଳ, ପଞ୍ଜାବ, ମହାରାଷ୍ଟ୍ର ପୋଲିସ। ବଡ କଥା କାଶ୍ମୀରର ଏକାଧିକ ପୋଲିସ ଅଧିକାରୀଙ୍କ ସମ୍ପର୍କରେ ଥିଲା ଇଶାନ। ପିଏମଓରେ ଚାକିରି କରିଥିବା କହି ପୋଲିସ ଅଧିକାରୀଙ୍କ ସହ ସମ୍ପର୍କ ରଖୁଥିଲା । ପୋଷ୍ଟିଂ ଓ ଟ୍ରାନ୍ସଫରର କାହାଣୀ ଶୁଣାଇ ପୋଲିସ ଅଧିକାରୀଙ୍କୁ ଚୁନା ବି ଲଗାଇଛି । ବିଭିନ୍ନ ରାଜ୍ୟରେ ପ୍ରେମିକାଙ୍କୁ ଢାଲ କରି ଶତ୍ରୁ ପକ୍ଷକୁ ପଠାଉଥିଲା ଗୋପନୀୟ ତଥ୍ୟ। 

କେରଳର କିଛି ମୌଲବାଦୀଙ୍କ ସମ୍ପର୍କରେ ଥିଲା ଇଶାନ । ପୂର୍ବରୁ ଠକେଇ ସହ ତାଙ୍କର ବାପା ନିଶା କାରବାରରେ ସମ୍ପୃକ୍ତ ଥିଲେ । ଏଣୁ ପୋଲିସ କବଳରୁ ବଞ୍ଚିବା ପାଇଁ ୨୦୧୮ ରେ ଡିଭର୍ସି ସାଇନା ପରବିନଙ୍କୁ ବିବାହ କରିଥିଲେ। ମିଲତନଗରରେ ଭଡାଘରେ ରହିବା ସହ ମାସକୁ ୨୦ ଦିନ ବିଭିନ୍ନ ଆଳ ଦେଖାଇ ରାଜ୍ୟ ବାହାରକୁ ଯାଉଥିଲେ । ୨୦୨୦ ମସିହାରେ ଧର୍ମଶାଳା ଅଞ୍ଚଳରେ ଆଧାର କାର୍ଡ ପାଇଁ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ ଇଶାନ। କିନ୍ତୁ ଆବଶ୍ୟକୀୟ ଡକୁମେଣ୍ଟ ଦେଖାଇ ନ ପାରିବାରୁ ଆଧାର କାର୍ଡ ହୋଇପାରି ନ ଥିଲା। ତେବେ ବୁଖାରି କାହା ସହ ମିଳାମିଶା କରୁ ନଥିଲେ। ଯେଉଁଥି ପାଇଁ ଲୋକେ ସନ୍ଦେହ କରି ତାଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ହେଲେ ଧର୍ମଶାଳା ପୋଲିସ ସେତେବେଳେ ବି ନିଦାବିଷ୍ଣୁ ସାଜିଥିଲା । ସେତେବେଳେ ଯଦି ଧର୍ମଶାଳା ପୋଲିସ ଠିକ ଭାବେ ତଦନ୍ତ କରିଥାନ୍ତା ତେବେ ବହୁ ପୂର୍ବରୁ ଈଶାନ ବୁଖାରିର ଗୁମର ଫିଟିଥାନ୍ତା। ସେପଟେ ବୁଖାରି ରହୁଥିବା ଜେଲର ସୁରକ୍ଷା ବଢାଇବା ପାଇଁ ଯାଜପୁର ଏସପିଙ୍କୁ ଚିଠି ଲେଖିଲେ ଜେଲ ସୁପରିଣ୍ଟେଣ୍ଡେଣ୍ଟ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Taking Kashmiri | Argus News