Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡାକ୍ତରଙ୍କ ପରାମର୍ଶ ବିନା ଖାଉଛନ୍ତି କି ପେନ୍ କିଲର୍ ? ହୋଇଯାଆନ୍ତୁ ସାବଧାନ

Odisha

ଡାକ୍ତରଙ୍କ ପରାମର୍ଶ ବିନା ଖାଉଛନ୍ତି କି ପେନ୍ କିଲର୍ ? ହୋଇଯାଆନ୍ତୁ ସାବଧାନ

Ritu Das
Browse all articles by Ritu Das
·2 years ago·1 min read
ଡାକ୍ତରଙ୍କ ପରାମର୍ଶ ବିନା ଖାଉଛନ୍ତି କି ପେନ୍ କିଲର୍ ? ହୋଇଯାଆନ୍ତୁ ସାବଧାନ

ଅର୍ଗସ ବ୍ୟୁରୋ: ଆପଣ ଯଦି ଡାକ୍ତରଙ୍କ ପରାମର୍ଶ ବିନା କୌଣସି ବି ମେଡସିନ୍ ଖାଉଛନ୍ତି ତେବେ ସତର୍କ ହେଇଯାଆନ୍ତୁ । କାରଣ ଏହା ଦ୍ବାରା ଆପଣଙ୍କ ଶରୀର ଉପରେ ପଡିପାରେ ଅନେକ ନକରାତ୍ମକ ପ୍ରଭାବ । ଏହା ଦ୍ହାରା ଆପଣଙ୍କ କିଡନୀ ବି ଫେଲ ହୋଇପାରେ। ସାଧାରଣତଃ ଆଗରୁ 40 ବର୍ଷ ଅତିକ୍ରମ କଲେ ଓ ବୃଦ୍ଧ ବୃଦ୍ଧା ମାନେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୁଅନ୍ତି । କିନ୍ତୁ ଏବେ ଏହି ରୋଗରେ ଯୁବପିଢି ବେଶି ଆକ୍ରାନ୍ତ ହେଉଛନ୍ତି । 

ଡାକ୍ତରଙ୍କ କହିବା ଅନୁସାରେ ଯୁବପିଢ଼ିଙ୍କ ଲାଇଫ ଷ୍ଟାଇଲ ହିଁ ସେମାନଙ୍କ ପାଇଁ ଘାତକ । ସାଧାରଣତଃ ଗୋଡ ବିନ୍ଧିଲେ କି ମୁଣ୍ଡ ବିନ୍ଧିଲେ କି ଦାନ୍ତ ବିନ୍ଧିଲେ ଆମ ଡାକ୍ତରଙ୍କ ପରାମର୍ଶ ନ କରି ଦୋକାନରୁ କିଣି ମେଡିସିନ ଖାଇଥାଉ। ଏମିତି କରିବା ଦ୍ବାରା ଏହାର କୁପ୍ରଭାବ ଆମ କିଡନୀ ଉପରେ ପଡିଥାଏ। ପ୍ରାଥମିକ ସ୍ତରରେ ଏହା ଜଣା ପଡେ ନାହିଁ । ଆଉ ଜାଣିଲା ବେଳକୁ ଆମ କିଡନୀ ନଷ୍ଟ ହୋଇଥାଏ । ଏମିତିକି ଅନେକ ରୋଗୀଙ୍କୁ କିଡନୀ ପ୍ରତିରୋପଣ ବି କରିବାକୁ ପଡେ । ତେବେ ଯଦି ଆପଣଙ୍କୁ ଭୋକ ନ ଲାଗୁଛି, ପାଦ ଫୁଲୁଛି, ହାଲିଆ ଲାଗୁଛି , ରାତିରେ ବାରମ୍ବାର ପରିଶ୍ରା ଲାଗୁଛି ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । 

ବଦଳୁଛି ସମୟ । ତା ସହ ବଦଳୁଛି ଲୋକଙ୍କ ଅଭ୍ୟାସ । ଲୋକଙ୍କ ପାଖରେ ସମୟ କମ ଥିବାରୁ ସେମାନେ କମ ସମୟରେ କାମ ସାରିବା ଉଦ୍ଦେଶ୍ୟରେ ମୃତ୍ୟକୁ ଡାକୁଛନ୍ତି । ନିଜର ଲାଇଫ ଷ୍ଟାଇଲ ଉପରେ ଜମା ବି ଧ୍ୟାନ ଦେଉନାହାନ୍ତି । ଯଦି ନିଜର ଶରୀର ପ୍ରତି ଆପଣ ଧ୍ୟାନ ଦେଉନାହାନ୍ତି ତେବେ ଆପଣ ରୋଗକୁ ଆମନ୍ତ୍ରଣ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

Raja Festival
Sponsored