Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାନବିକତା ଭୁଲିଗଲେ, ଯିଏ ଯେତେ ପାରିଲେ ବୋହି ନେଲେ

Smruti Parija
Browse all articles by Smruti Parija
·2 years ago·1 min read
ମାନବିକତା ଭୁଲିଗଲେ, ଯିଏ ଯେତେ ପାରିଲେ ବୋହି ନେଲେ

ସମ୍ବଲପୁର: ଲୋକେ ମାନବିକତା ଭୁଲିଗଲେ । ଓଲଟି ପଡ଼ିଥିବା ଟମାଟର ଗାଡ଼ିରୁ ବୋହିନେଲେ ଟମାଟର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୁଚିଣ୍ଡା ଉପଖଣ୍ଡ ଜମନକିରା ଅଞ୍ଚଳରେ ।  ଜମନକିରା ଥାନା 53 ନମ୍ବର ଜାତୀୟ ରାଜପଥର ଆମଲାଙ୍ଗ ନିକଟସ୍ଥ ପିଠାମାରେନ ପୋଲ ନିକଟରେ ଏକ ଟମାଟର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ଓ ଖାଲସି ଆହତ ହୋଇଥିବାବେଳେ ଲୋକେ ମାନବିକତା ଭୁଲି ସେମାନଙ୍କୁ ସାହାଯ୍ୟ କରିବା ପ୍ରତିବଦଳରେ ଅଖା, ବ୍ୟାଗ, ଗାମୁଛା,ଟ୍ରେ, ପଲିଥିନରେ ଟମାଟର ବୋହିବାରେ ବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।

ଏପରିକି ରାସ୍ତା କିଛି ସମୟ ପାଇଁ ଜାମ୍ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଆହତ ଚାଳକ ଓ ଖଳାସୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ପୋଲିସ ଲୋକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକେ ଟମାଟର ବୋହିବାରେ ବ୍ୟସ୍ତ ଥିଲେ । ବର୍ତ୍ତମାନ ଟମାଟୋ ଦର ଅଧିକ ଥିବାବେଳେ ଲୋକେ ଯେତେ ପାରିଲେ ସେତେ ବୋହି ନେଉଥିବା ଦେଖିବାକୁ ମିଳିଥିଲା ।  

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tamato-truck-over-turned-in-sambalpur- | Argus News