Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି; ଅନୁକମ୍ପା ସହାୟତା ୧୦ ଲକ୍ଷକୁ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

Odisha

Gas Tragedy / ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି; ଅନୁକମ୍ପା ସହାୟତା ୧୦ ଲକ୍ଷକୁ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି; ଅନୁକମ୍ପା ସହାୟତା ୧୦ ଲକ୍ଷକୁ ବଢ଼ାଇଲେ ମୁଖ୍ୟମନ୍ତ୍ରୀ
Compensation increased to ₹10 lakh

Key Points

ସି-ଫୁଡ୍ ଫ୍ୟାକ୍ଟିରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣା । ବଢ଼ିବାରେ ଲାଗିଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ମହିଳା ବୋଲି ଜଣାପଡ଼ିଛି ।
ଭୁବନେଶ୍ଵର: ତାମିଲନାଡ଼ୁ ତିରୁଭଲ୍ଲୁରର ଘରୋଇ ସି-ଫୁଡ୍ ଫ୍ୟାକ୍ଟିରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣା । ବଢ଼ିବାରେ ଲାଗିଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ମହିଳା ବୋଲି ଜଣାପଡ଼ିଛି ।

ତାମିଲନାଡ଼ୁ ସରକାରଙ୍କ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରୁ ୭ ଜଣ ଓଡ଼ିଶାର ହୋଇଥିବା ବେଳେ ୨ ଜଣ ଆସାମର । ମୃତକମାନେ ହେଲେ ଶିବାନୀ, ଜୁମାଣି ଜୁଆଙ୍ଗ, ଗୀତା ଜୁଆଙ୍ଗ, ପୂର୍ଣ୍ଣିମା ଜୁଆଙ୍ଗ, ଚମ୍ପାବତି ଜୁଆଙ୍ଗ, ପାର୍ବତୀ ଜୁଆଙ୍ଗ, ଅଞ୍ଜିତା ସୋରେନ ଓ ଅନ୍ୟ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇ ନାହିଁ ।

ଏଥିସହ ପଢ଼ନ୍ତୁ: ତାମିଲନାଡ଼ୁ ଗ୍ୟାସ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା 

ଜୁନ୍ ୨୧ ରବିବାର ତାମିଲନାଡ଼ୁରେ ଏହି ଭୟଙ୍କର ଅଘଟଣ ପରେ ଓଡ଼ିଶା ସରକାର ତତ୍ପର ହୋଇ ଉଠିଥିଲେ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତତ୍‌କ୍ଷଣାତ୍ ତାମିଲନାଡ଼ୁର ମୁଖ୍ୟ ଶାସନ ସଚିବଙ୍କ ସହ ଯୋଗାଯୋଗ କରିଥିଲେ ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଟିମ୍ ତିରୁଭଲ୍ଲୁର ଯାଇଛି । ଉକ୍ତ ଟିମ୍‌ରେ ଶ୍ରମ ବିଭାଗର ସ୍ଵତନ୍ତ୍ର ସଚିବଙ୍କ ସହ ୨ ବରିଷ୍ଠ ଅଧିକାରୀ ରହିଛନ୍ତି । ଗ୍ୟାସ୍ ଲିକ୍ ଅଘଟଣରେ ପ୍ରଭାବିତ ସମସ୍ତଙ୍କୁ ଏବେ ସରକାରୀ ଓ ଘରୋଇ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି । ମୃତକଙ୍କ ଶବ ଓଡ଼ିଶା ଆଣିବା ଲାଗି ବ୍ୟବସ୍ଥା କରୁଛନ୍ତି ଓଡ଼ିଶା ସରକାର ।

ଅନୁକମ୍ପା ରାଶି ୧୦ ଲକ୍ଷକୁ ବୃଦ୍ଧି

ତାମିଲନାଡୁ ତିରୁଭଲ୍ଲୁର ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ୭ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ଏହା ସହିତ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ CMRFରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏହି ସହାୟତା ରାଶିର ପରିମାଣକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ସିଫୁଡ୍ ର ଏକ ରପ୍ତାନି ୟୁନିଟରେ ରବିବାର ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା । ଏହି ଲିକ୍ ପେରିଆପାଲାୟମ ନିକଟସ୍ଥ କନିଗାଇପୈରରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପର୍ଟଙ୍କ ଫ୍ୟାକ୍ଟ୍ରିରେ ହୋଇଥିଲା । ଯେଉଁଥିରେ ରବିବାର ୭ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଶ୍ରମିକ ଅସୁସ୍ଥ ହୋଇ ପଡ଼ିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored