Videos
|
Odisha

`ପରବ' ମଞ୍ଚରେ ଏକାଠି ହେଲେ ତାରା-ସପ୍ତଗିରି

Ritu Das
Browse all articles by Ritu Das
·2 years ago·2 min read
`ପରବ' ମଞ୍ଚରେ ଏକାଠି ହେଲେ ତାରା-ସପ୍ତଗିରି

ଅର୍ଗସ ବ୍ୟୁରୋ: କିଛି ଦିନ ପୂର୍ବରୁ କୋରାପୁଟ କଂଗ୍ରେସରେ ଗୋଳମାଳିଆ ପରିସ୍ଥିତି ଥିଲା। ଯାହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ଥିଲା। ତାରା ସପ୍ତଗିରିଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ କଂଗ୍ରେସର ଗଡ଼ ସାଜିଥିବା କୋରାପୁଟ ପାଇଁ ଚିନ୍ତାର ବିଷୟ ଥିଲା। କୋରାପୁଟ କଂଗ୍ରେସ ଜିଲ୍ଲା ସଭାପତି ଦାୟିତ୍ଵ ଅଦଳବଦଳ ପରେ ଦୁଇ ନେତାଙ୍କ ଶିବିର ମଧ୍ୟରେ ଚାଲିଥିଲା ବୟାନବାଜି l ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ମଧ୍ୟରେ ଚାଲିଥିଲା ଶୀତଳ ଯୁଦ୍ଧ। ଏହି ଶୀତଳ ଯୁଦ୍ଧ ଯାହା ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଦଳକୁ କ୍ଷତି ସହିବାକୁ ପଡିଥାନ୍ତା ବୋଲି ଚର୍ଚ୍ଚା ହେଉଥିଲା l ହେଲେ ଗତ କାଲି ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ’ ଉଦ୍‌ଘାଟନା ମଞ୍ଚ ଉଭୟ ନେତାଙ୍କୁ ଯୋଡି଼ଥିବା ଚିତ୍ର ଦେଖିବାକୁ ମିଳିଛି।

ନେତା, ଜନତା, ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କୋଳାକୋଳି ହୋଇଥିଲେ। ପରେ ସାଂସଦ ଉଲାକା ବାହିନୀପତିଙ୍କୁ ମୁଣ୍ଡିଆ ମାରିଲେ। ଏହି ଦୃଶ୍ୟ ସବୁ ଚର୍ଚ୍ଚାର ବିଷୟ ପାଲଟିଛି l ମାମୁଁ ଭଣଜା ପରବ ଉଦଘାଟନୀ ରୋଡ ଶୋ'ରେ ଏକା ସାଙ୍ଗେ  ଚାଲି ଚାଲି ଆସିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ସାଙ୍ଗ ହୋଇ ନାଚିବା ମଞ୍ଚ ଉପରେ ମାମୁଁ ଭଣଜାଙ୍କ କୋଳାକୋଳିକୁ ନେଇ କୋରାପୁଟ ଜ଼ିଲ୍ଲାରେ ଏବେ ଭାରି ଚର୍ଚ୍ଚା। ଏହି ପାଣିପାଗ ବଦଳିଲା କେମିତି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ। ତେବେ ସେ ଯାହା ହେଉନା କାହିଁକି ମାମୁଁ ଭଣଜାଙ୍କ କଳି ତୁଟିଲା ଆଉ ଏବେ କୋରାପୁଟ ଜ଼ିଲ୍ଲାରେ କଂଗ୍ରେସ ସଦୃଢ଼ ହେବ ବୋଲି କଂଗ୍ରେସ ଦଳର କର୍ମୀ ଆଶା ରଖିଛନ୍ତି l 

ସରକାରୀ ପ୍ରୋତ୍ସାହନରେ ଲଘୁ ଖଣିଜ ପଦାର୍ଥ ତଥା ବାଲିମାଫିଆଙ୍କ ଲୁଟ୍‌ତରାଜ

କିଛି ଦିନ ତଳେ କଂଗ୍ରେସ ଜ଼ିଲ୍ଲା ସଭାପତି ପଦରୁ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ହଟାଇ ନୂତନ ସଭାପତି ଭାବେ ଦୁର୍ଗା ଶଙ୍କର ସାହୁଙ୍କ ନାଁ ଘୋଷଣା ପରେ ବାହିନୀପତି ଗୋଷ୍ଠୀ ସପ୍ତଗିରିଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ। ପ୍ରତିବାଦରେ କଂଗ୍ରେସର ସମସ୍ତ ପଦ ପଦବୀରୁ ଇସ୍ତଫା ଦେବାକୁ ମୀନାକ୍ଷୀ ରାଜ୍ୟ ଓ କେନ୍ଦ୍ର ନେତୃତ୍ବକୁ ଚିଠି ଲେଖିଥିଲେ। ଏହା ପରଠାରୁ ସପ୍ତଗିରିଙ୍କ କୋରାପୁଟ ଗସ୍ତ ସମୟରେ ଉଭୟ ନେତାଙ୍କୁ କେଉଁଠି ବି ଏକାଠି ଦେଖିବାକୁ ମିଳିନଥିଲା। ସରକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ରହୁଥିଲେ ମଧ୍ୟ ପରସ୍ପର କଥା ହେଉନଥିଲେ। ଏପରିକି କଂଗ୍ରେସର ନୂତନ ଜିଲ୍ଲା ସଭାପତି ବୁଲୁଙ୍କୁ ସମ୍ବର୍ଦ୍ଧନା ପାଇଁ ଜୟପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ତାରା ପ୍ରସାଦ ବାହିନୀପତି ଅନୁପସ୍ଥିତି ଥିଲେ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋରାପୁଟ କଂଗ୍ରେସ କଳି ଭୁବନେଶ୍ୱରରୁ  ଦିଲ୍ଲୀ ରେ ପହଞ୍ଚିଥିଲା l ଏବେ ତାରା ସପ୍ତଗିରି କୋଳାକୋଳିକୁ ନେଇ କୋରାପୁଟ ରାଜନୀତିରେ ଅଲଗା ମୋଡ଼ ନେଇଛି।  କଂଗ୍ରେସ ଦଳ ଏକ ଦଳରେ ଆମେ ମିଶିକି ରହିବୁ ନିର୍ବାଚନ ମିଶିକି କାମ କରିବୁ ଆମେ କେବେ ବିରୋଧ ନ ଥିଲୁ ବ୍ୟକ୍ତିଗତ ବିରୋଧ ଅଭିମାନ ଥାଇ ପାରେ। କିନ୍ତୁ ଦଳ ଏକ ନିଷ୍ପତ୍ତି ଏକ ବୋଲି ଜୟପୁର ବିଧାୟକ ପ୍ରକାଶ କରିଛନ୍ତି l ତେବେ ଯେତେ ଏକ ହେଲେ ତାହା କୋରାପୁଟ ଜିଲ୍ଲାରେ ହୋଇପାରେ କିନ୍ତୁ ଓଡ଼ିଶା କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୟନୀୟ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର