Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୁମାସ୍ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗୁମାସ୍ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ଅର୍ଗସ ବ୍ୟୁରୋ:  ନିର୍ବଳୁଆ ନେତା, ଗୁମାସ୍ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍। ସମ୍ବଲପୁରରେ ବିଜେପିର ମିଶ୍ରଣ ପର୍ବରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ। ଔଷଧ ବିକଳରେ ତାଡ଼ିଆ କାମୁଡୁଥିବା ଗୁମାସ୍ତା ପ୍ରଧାନମନ୍ତ୍ରୀଙ୍କୁ ଟାହିଟାପରା କରୁଛନ୍ତି। `ଗୁମାସ୍ତା କହୁଛନ୍ତି ଓଡ଼ିଶାରେ ଡବଲ୍ ଇଞ୍ଜିନ ଚାଲିବନି' ଓଡ଼ିଶାବାସୀଙ୍କ ଟିକସରେ ଦରମା ପାଉଛନ୍ତି, ପଛ କବାଟ ଖୋଲି ପଶିବାକୁ ଚାହୁଁଛନ୍ତି। ଏକ ଆଞ୍ଚଳିକ ଦଳର ନେତୃତ୍ଵ ନେବାକୁ ଓଡ଼ିଶାରେ କେହି ନଥିଲେ ଯେ ବାହାରିଆଙ୍କୁ ଆଣିଲେ ବୋଲି ଧର୍ମେନ୍ଦ୍ର କଟାକ୍ଷ କରିଛନ୍ତି । ଓଡ଼ିଶାକୁ ବାହାରର ଦୁଇ ଚାରି ଜଣ ଚଳାଉଥିବା କହି ବର୍ଷିଛନ୍ତି ଧର୍ମେନ୍ଦ୍ର। ସେହିପରି `ବିବେକ ବିକିଥିବା ନିର୍ବଳୁଆ ନେତାଙ୍କୁ ମହାପ୍ରଭୁ କ୍ଷମା କରିବେ'।

ରାଜ୍ୟ ସରକାରଙ୍କ ପିଠା ଯୋଜନା, ବିଜୁ ଯୁବବାହିନୀ କୁଆଡ଼େ ଗଲା ପ୍ରଶ୍ନ କରିଛନ୍ତି। ଏହାସହ ଓଡ଼ିଶା ପ୍ରତି ଅବଦାନ କ'ଣ ପଚାରୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର। ପେଟ୍ରୋଲିୟମ୍ ମନ୍ତ୍ରୀ ଥିବାବେଳେ ପାରାଦୀପ ରିଫାଇନାରୀରୁ ଅନେକ ଲାଭ ପାଇଛି ଓଡ଼ିଶା। ଓଡ଼ିଶାର 55 ଲକ୍ଷ ମହିଳାଙ୍କୁ ଉଜ୍ବଳା ଯୋଜନାରେ ଗ୍ୟାସ୍ ଦେବାର ବ୍ୟବସ୍ଥା କଲି। ଏବେ ସେହି ଗୁମାସ୍ତା ପଚାରିବେ ଓଡ଼ିଶା ପାଇଁ ମୁଁ କ'ଣ କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଓଡ଼ିଶାରେ ବିଜେପିକୁ ସୁଯୋଗ ଦେବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ'। ତେଣୁ ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ଲୋକଙ୍କ ସହଯୋଗ କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଆଜି ପାର୍ଥୀ ପତ୍ର ଦାଖଲ ପୂର୍ବରୁ ଗତକାଲି ମା ସମଲେଇ ଆଶୀର୍ବାଦ ଓ ସମ୍ବଲପୁରବାସୀଙ୍କ ସହଯୋଗ କାମନା କରିଛନ୍ତି ଧର୍ମେନ୍ଦ୍ର ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
target to Union Minister at BJP's misran festival in Sambalpur | Argus News