ପୋଲିସଙ୍କୁ କଡା ନିର୍ଦ୍ଦେଶ, ଦେହରେ ଟାଟୁ ଥିଲେ ଶୀଘ୍ର ଲିଭାଅ
·2 years ago

ଭୁବନେଶ୍ୱର: ପୋଲିସଙ୍କୁ ଟାଟୁ କରିବା ମନା । ଟାଟୁ କରିଥିବା ପୋଲିସ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ । ଦେହରେ ଟାଟୁ ଥିଲେ ଶୀଘ୍ର ଲିଭାଇବାକୁ ଡିସିପି(ସିକ୍ୟୁରିଟି)ଙ୍କ ନିର୍ଦ୍ଦେଶ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ରେ କାର୍ଯ୍ୟରତ ସିପାହୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିସିପି । 15 ଦିନ ମଧ୍ୟରେ ଟାଟୁ ନ ଲିଭାଇଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବ୍ୟତୀତ ଏହି ନିୟମ ଅନ୍ୟ ପୋଲିସଙ୍କ ପାଇଁ ଲାଗୁ ନୁହେଁ ।
ଯଦି ଟାଟୁ ଲିଭା ନଯାଏ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡା ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ଜିଡିପି ଚିଠି ଲେଖି ନିର୍ଦେଶନାମା ଜାରି କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: