Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Tacher Assaulted / ପିଟିଲେ ଶିକ୍ଷୟିତ୍ରୀ, ମେଡିକାଲରେ ଛାତ୍ର

Banajyotshna Ray
Browse all articles by Banajyotshna Ray
·5 months ago·2 min read
ପିଟିଲେ ଶିକ୍ଷୟିତ୍ରୀ, ମେଡିକାଲରେ ଛାତ୍ର
Tacher Assaulted

Key Points

ଛାତ୍ରକୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷୟିତ୍ରୀ !
ଗଣିତ ନୋଟ ବୁକ ସ୍କୁଲକୁ ନେଇ ନଥିବା ଯୋଗୁଁ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼
ସ୍କୁଲ ଛାତ୍ରଙ୍କୁ ପିଟି ପିଟି ମେଡିକାଲ ପଠେଇଦେଲେ ଶିକ୍ଷୟିତ୍ରୀ। ଛାତ୍ର ଜଣଙ୍କ ପଢ଼ୁଥିଲେ ୩ୟ ଶ୍ରେଣୀରେ। ହେଲେ କାହିଁକି ପିଟିଲେ ବୋଲି ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। ଏଭଳି ଅଭିଯୋଗ ଆସିଛି ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଠାରେ ଥିବା ଘରୋଇ ପାଦ୍ରୀପିଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ।ଗଣିତ ନୋଟ ବୁକ ସ୍କୁଲକୁ ନେଇ ନଥିବା ଯୋଗୁଁ ୩ୟ ଶ୍ରେଣୀ ଛାତ୍ରଙ୍କୁ ଗଣିତ ଶିକ୍ଷୟତ୍ରୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆହତ ଛାତ୍ର ଜଣଙ୍କ ହେଲେ ସିମନବାଡ଼ି ଅନ୍ତର୍ଗତ କାରିପାଙ୍ଗା ଗ୍ରାମର ପ୍ରିନ୍ସ ପ୍ରଧାନ । ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ଜଣକ ଗୁରୁତର ଆହତ ହୋଇ ମେଡିକାଲ ଭର୍ତ୍ତି ହୋଇଛନ୍ତି ।

ଗଣିତ ନୋଟ ବୁକ ଭୁଲି ଯାଇଥିବାରୁ ଶିକ୍ଷୟିତ୍ରୀ ଜଣକ ଛାତ୍ରଙ୍କୁ ଏକ ବାଉଁଶ ବାଡ଼ିରେ ଦୁଇ ହାତ ଓ ପିଠିକୁ ନିସ୍ତୁକ ମାଡ଼ ମାରିଥିଲେ । ମାଡ଼ ଯୋଗୁ ପିଲାଟିର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ପରିବାର ଲୋକ ପୁଅକୁ ସିମନବାଡ଼ି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l

ଏଥିସହ ପଢ଼ନ୍ତୁ: ସରକାର ବଦଳାଇଦେଲେ ସ୍କୁଲ ସମୟ, ବିଜେପି କହିଲା ଏମିତି...

ଅନ୍ୟପଟେ ଆହତ ଛାତ୍ରଙ୍କ ପରିବାର ଲୋକେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଯଥାଶୀଘ୍ର ଘଟଣାର ତଦନ୍ତ କରାଯାଇ ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନଚେତ୍‌ ଏଭଳି ଘଟଣା ଅନେକ ସ୍କୁଲରୁ ପୁଣିଥରେ ସାମ୍ନାକୁ ଆସିବ। ତେବେ ସ୍କୁଲରେ ପିଲାଙ୍କୁ ମାଡ଼ ମାରିବା ବ୍ୟାନ ହୋଇଥିବାବେଳେ କେମିତି ଶିକ୍ଷୟିତ୍ରୀ ଜଣଙ୍କ ଏତେ ବଡ଼ କାର୍ଯ୍ୟ କଲେ ତାକୁ ନେଇ ଉଠୁଛି ପ୍ରଶ୍ନ। ଆହତ ଛାତ୍ରଙ୍କ ଅବସ୍ଥା ବର୍ତ୍ତମାନ ଧିରେ ଧିରେ ସୁଧୁରୁଛି। ସେ ଏବେବି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Tacher Assaulted | Teacher Assaults Student, Injured Student Admitted to Hospital | Argus News | Argus News