Videos
|
Odisha

ନିର୍ବାଚନ ଡ୍ୟୁଟି ସାରି ଏଭିଏମ ମେସିନ ହସ୍ତାନ୍ତର ବେଳେ ଶିକ୍ଷକ ମୃତ

Smruti Parija
Browse all articles by Smruti Parija
·2 years ago·1 min read
ନିର୍ବାଚନ ଡ୍ୟୁଟି ସାରି ଏଭିଏମ ମେସିନ ହସ୍ତାନ୍ତର ବେଳେ ଶିକ୍ଷକ ମୃତ

କଳାହାଣ୍ଡି: ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିଲା । ଏଥିରେ ଭୋଟ ପାଇଁ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ତଥା ଶିକ୍ଷକ ମାନେ ନିୟୋଜିତ ଥିଲେ । ଏହି ପରିପ୍ରେକ୍ଷୀରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପିଲିକିଆ ଗ୍ରାମ ବୁଥ ନମ୍ବର ୧୫୦ର ପ୍ରିଜାଇଡିଙ୍ଗ ଅଫସିର ଥିବା  ଶିକ୍ଷକ ମକରଧ୍ଵଜ ନାଗ ନିର୍ବାଚନ ସରିଲା ପରେ ଧର୍ମଗଡ଼ ଠାରେ ଥିବା ନିର୍ବାଚନ କାଉଣ୍ଟରକୁ ନିର୍ବାଚନରେ ବ୍ୟବହୃତ ସାମଗ୍ରୀ ଫେରସ୍ତ କରିବା ପାଇଁ ଯାଇଥିଲେ । ଏହି ସମୟରେ ସେ ହଠାତ୍ ଅସୁସ୍ଥ ହୋଇଥିଲେ । 

ତାଙ୍କୁ ପ୍ରଥମେ ଧର୍ମଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେବା ସମୟରେ ବାଟରେ ପୁଣି ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିକ୍ଷକ ମକରଧ୍ଵଜ ନାଗଙ୍କ ମୃତ୍ୟୁ ହୋଇଥିଲା । 

ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ । ମୃତ ମକରଧ୍ଵଜ ନାଗ ମଦନପୁର ରାମପୁର ଗ୍ରାମର ହୋଇଥିବାବେଳେ ସେ ରେଗଡା ସ୍କୁଲରେ ସହକାରୀ ଶିକ୍ଷକ ଭାବେ କର୍ଯ୍ୟ କରୁଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

teacher died while handing over the AVM machine after completing the election duty | Argus News