|
logo
Live

Argus News -  ବିଦ୍ୟୁତ ଆଘାତରେ ଶିକ୍ଷକଙ୍କ ଗଲା ଜୀବନ 

Odisha

 ବିଦ୍ୟୁତ ଆଘାତରେ ଶିକ୍ଷକଙ୍କ ଗଲା ଜୀବନ 

Manini Pattanayak
Browse all articles by Manini Pattanayak
·2 years ago
 ବିଦ୍ୟୁତ ଆଘାତରେ ଶିକ୍ଷକଙ୍କ ଗଲା ଜୀବନ 

 ଅନୁଗୁଳ: ମୃତକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଂଚାୟତ ଶଙ୍ଖାମାଳ ଗ୍ରାମର ଶ୍ରୀନିବାସ ପ୍ରଧାନ I ଶ୍ରୀନିବାସ ହେଉଛନ୍ତି କିଆକଟା ପଂଚାୟତ ନାଏକପଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ I ସେ ନିଜ ବଗିଚାରେ ଲାଗିଥିବା ଗଛ ଗୁଡିକରେ ପାଣି ଦେବା ପାଇଁ ଟୁଲୁ ମେସିନ ଲଗେଇବା ସମୟରେ କୌଣସି କାରଣ ବଶତଃ ତାଙ୍କୁ ବିଦ୍ୟୁତ ଲାଗିଯାଇଥିଲା ।

ଫଳରେ ଘଟଣାସ୍ଥଳରେ ସେ ଅଚେତ ଅବସ୍ଥାରେ ପଡିଯାଇଥିଲେ I ପରିବାର ବର୍ଗ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ଘଟଣାର ଅଧିକ ତଦନ୍ତ ପାଇଁ କିଆକଟା ପୋଲିସ ଘଟଣା ସ୍ଥଳକୁ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି I
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 ବିଦ୍ୟୁତ ଆଘାତରେ ଶିକ୍ଷକଙ୍କ ଗଲା ଜୀବନ  | Argus News