Videos
|
Odisha

ଶିକ୍ଷୟତ୍ରୀରୁ OAS ଅଫିସର , ନାଲିବତୀ ଦେଇଥିଲା OAS ହେବାର ସ୍ବପ୍ନ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଶିକ୍ଷୟତ୍ରୀରୁ OAS ଅଫିସର , ନାଲିବତୀ ଦେଇଥିଲା OAS ହେବାର ସ୍ବପ୍ନ

Key Points

  • ନାଲିବତୀ ଦେଇଥିଲା OAS ହେବାର ସ୍ବପ୍ନ
  • ପରିଶ୍ରମ କରିଲେ, ସଫଳତା ବି ପାଇଲେ 
  • ଶିକ୍ଷୟତ୍ରୀରୁ ହେଲେ ଓଏସ ଅଫିସର

ବାଲେଶ୍ବର : କିଏ ଫୁଲତୋଡା ଦେଉଛି, ତ କିଏ ଖୁସିରେ କୁଣ୍ଡାଇ ପକାଉଛି । ପୁଣି କିଏ ମୁଣ୍ଡରେ ଚନ୍ଦନ ଲଗାଇ ଦୀପ ଧରି ବନ୍ଦାଉଛି । ବାଜା ବାଣରେ କମ୍ପି ଉଠୁଛି ଗାଁ ପରିବେଶ । କାରଣ ଏହି ଗାଁର ଏହି ମାଟିର ଝିଅ ଓଡିଶାର ସର୍ବବୃହତ ପ୍ରଶାସନିକ ପରିକ୍ଷାରେ କୃତକାର୍ଯ୍ୟ ହାସଲ କରିଛି । ଯେଉଁଥିପାଇଁ ଖୁସିରେ ଝିଅକୁ ଗାଁକୁ ପାଛୋଟି ଆଣୁଛନ୍ତି ଗାଁ ଲୋକେ । ପିଲାଦିନରୁ ଯେତେବେଳେ କଲେକ୍ଟରଙ୍କ ନାଲିବତୀ ଗାଡି ଦେଖୁଥିଲେ, ସେତେବେଳେ ନିଜେ ସେହି ଗାଡିରେ ବସିବାର ସ୍ବପ୍ନ ଦେଖୁଥିଲେ ସ୍ମୃତିରେଖା । ଆଉ ତା ପରେ ଆରମ୍ଭ ହୋଇଥିଲା ତାଙ୍କର ଓଏସ ଅଫିସର ହେବାପାଇଁ କଠିନ ପରିଶ୍ରମ । କଠିନ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ହିଁ ତାଙ୍କୁ ସଫଳତାର ସ୍ବାଦ ଚଖେଇଲା । କହିପାରନ୍ତି, ନାଲିବତୀ ଗାଡି ହିଁ ତାଙ୍କୁ ଓଏସ ଅଫିସର ହେବାପାଇଁ ପ୍ରେରଣା ଯୋଗାଇଥିଲା ।

ଛୋଟବେଳୁ ଅନେକ ପିଲା ନିଜ ଭବିଷ୍ୟତର ଲକ୍ଷ୍ୟକୁ ନେଇ ଅନେକ ସ୍ବପ୍ନ ଦେଖନ୍ତି । ହେଲେ ଯେଉଁପିଲାଙ୍କ ପାଖରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଦୃଢ ମନୋବଳ ଏବଂ କଠିନ ପରିଶ୍ରମ କରିବାର ଇଚ୍ଛାଶକ୍ତି ଥାଏ , ସେ ହିଁ ସଫଳତାର ଶୀର୍ଷରେ ପହଞ୍ଚେ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ସ୍ମୃତିରେଖା । ଓଏସ ପରୀକ୍ଷାରେ କୃତକାର୍ଯ୍ୟ ଲାଭ କରି ସେ ଅନେକଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । 

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ଚାଷୀ ପରିବାରର ଝିଅ ସ୍ମୃତିରେଖା ନାଥ ।  ପିଲାଦିନୁ ଜଣେ ମେଧାବୀ ଛାତ୍ରୀ ଥିଲେ ସ୍ମୃତିରେଖା । ନବୋଦୟ ବିଦ୍ୟାଳୟରେ ପାଠ ପଢିବା ପରେ କଲେକ୍ଟରଙ୍କ ନାଲିବତୀ ଗାଡି ଦେଖି ଓଏସ ହେବାର ସ୍ବପ୍ନ ଦେଖିଥିଲେ । ବାପା ପ୍ରଦୀପ ଜଣେ ଗରୀବ ଚାଷୀ ହୋଇ ଥିଲେ ମଧ୍ଯ ବହୁ କଷ୍ଟ ରେ ଝିଅ କୁ ପାଠ  ପଢାଇ ଥିଲେ, ଗ୍ରାଜୁଏସନ B.ed ପରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋଳମଣ୍ତପ ହାଇସ୍କୁଲ ରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ ଯୋଗ ଦେଇଥିଲେ ସ୍ମୃତିରେଖା । ପରେ ପୁଣି କଠିନ ପରିଶ୍ରମ କରି ଓଏସରେ କୃତକାର୍ଯ୍ୟ ହାସଲ କରିଛନ୍ତି ।

ଝିଅର ଓଏସରେ କୃତକାର୍ଯ୍ୟ ହେଇଥିବାକୁ ନେଇ ବେଶ ଖୁସି ଅଛନ୍ତି ତାଙ୍କ ବାପା ପ୍ରଦୀପ ନାଥ । ପିଲାଦିନୁ ଯେହେତୁ ସେ ଜଣେ ମେଧାବୀ ଛାତ୍ରୀ ଥିଲେ , ତେଣୁ ଦିନେ ନା ଦିନେ ସେ ଖୁବ ବଡ ଚାକିରି କରିବେ ବୋଲି ତାଙ୍କର ଆଶା ଥିବା ସେ କହିଛନ୍ତି । କେବଳ ପରିବାର ଲୋକେ ନୁହନ୍ତି, ସ୍ମୃତିଙ୍କ ସଫଳତାକୁ ନେଇ କଣ କୁହନ୍ତି ତାଙ୍କ ପଡୋଶୀ ତଥା ଗାଁ ଲୋକେ, ଶୁଣିନିଅନ୍ତୁ । ସ୍ମୃତି ନିଜେ ଜଣେ ଗ୍ରାମାଞ୍ଚଳର ଝିଅ ହୋଇଥିବାରୁ ଲୋକଙ୍କ ସମସ୍ୟାକୁ ବହୁତ ନିକଟରୁ ଦେଖିଛନ୍ତି , ତେଣୁ ଲୋକଙ୍କ ସମସ୍ୟାକୁ ହିଁ ପ୍ରାଧାନ୍ୟ ଦେବା ସହ ସର୍ବ ଭାରତୀୟ ପ୍ରଶାସନିକ ସେବା ପାଇଁ ମଧ୍ୟ ପ୍ରସ୍ତୁତ କରିବେ ବୋଲି ସେ କହିଛନ୍ତି  ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: