Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦୀର୍ଘଦିନ ଧରି ବିଦ୍ୟାଳୟକୁ ଯାଉନଥିବାରୁ ଶିକ୍ଷକ ନିଲମ୍ବିତ

Odisha

ଦୀର୍ଘଦିନ ଧରି ବିଦ୍ୟାଳୟକୁ ଯାଉନଥିବାରୁ ଶିକ୍ଷକ ନିଲମ୍ବିତ

Smruti Parija
Browse all articles by Smruti Parija
·2 years ago
ଦୀର୍ଘଦିନ ଧରି ବିଦ୍ୟାଳୟକୁ ଯାଉନଥିବାରୁ ଶିକ୍ଷକ ନିଲମ୍ବିତ

ଭଦ୍ରକ: କାର୍ଯ୍ୟରେ ଅବହେଳା ଓ ଦୀର୍ଘ ଦିନ ଧରି ବିଦ୍ୟାଳୟକୁ ଯାଉନଥିବାରୁ ଶେଷରେ ଶିକ୍ଷକଙ୍କୁ ନିଲମ୍ବନ କଲେ ବ୍ଲକ ଶିକ୍ଷା ଅଧିକାରୀ । ଏଭଳି ଘଟଣା ବାସୁଦେବପୁର ବ୍ଲକର କରଂଜାଡ଼ିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ । ନିଲମ୍ବନ ହେଇଥିବା ଶିକ୍ଷକ ହେଉଛନ୍ତି ପଙ୍କଜ ମହାଳିକ । 

ତେବେ ଶିକ୍ଷକ ଜଣକ ପୂର୍ବରୁ କାନ୍ତିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ହେଲେ ସେଠାରେ ଜଣେ ଶିକ୍ଷୟତ୍ରୀଙ୍କୁ ଦୁର୍ବ୍ୟବହାର ସହ ବିଭିନ୍ନ ଅଭିଯୋଗ ତାଙ୍କ ନାମରେ ଆସିବାରୁ ତାଙ୍କୁ କରଂଜାଡ଼ିଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବ୍ଲକ ଶିକ୍ଷା ଅଧିକାରୀ ସ୍ଥାନାନ୍ତର କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଶିକ୍ଷକ ସେ ବିଦ୍ୟାଳୟକୁ ଯାଉନାହାନ୍ତି କି ଅଧିକାରୀଙ୍କ କୌଣସି ନିର୍ଦେଶକୁ ମାନୁ ନାହାନ୍ତି । ଫଳରେ ବ୍ଲକ ଶିକ୍ଷା ଅଧିକାରୀ ଆଜି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।  

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
teacher suspended-in-bhadrak-basudevpur-karanjadia-school | Argus News