Videos
|
Odisha

ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·2 years ago
ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ:  ବନ୍ଦ ଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର।ମୃତ ଶିକ୍ଷକ ଦିବ୍ୟସିଂହ ପୁର କନକଦୁର୍ଗା ଉଚ୍ଚ ବିଦ୍ୟାଳୟର ଆସିଷ୍ଟଣ୍ଡ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ବ୍ରହ୍ମା ବୋଲି ସୂଚନା ମିଳିଛି। ସତ୍ୟାନନ୍ଦ ଦୀର୍ଘ ୧୦ବର୍ଷ ଧରି ନିରାକାରପୁର ମହାବିଦ୍ୟାଳୟ ପଛପଟେ ଚିତ୍ରକୂଟ ବିହାରରେ ଭଡା ଘର ନେଇ ରହି ଆସୁଥିଲେ। ସେ ଦୈନିକ ନିରାକାରପୁରରୁ ଦିବ୍ୟସିଂହ ପୁର ଯିବା ଆସିବା କରିଥାନ୍ତି । ଗତ ଗୁରୁବାର ସେ ବିଦ୍ୟାଳୟ କୁ ଯାଇ ପିଲା ମାନଙ୍କୁ ପାଠ ପଢାଇ ଆସିଥିଲେ। ଶୁକ୍ରବାର ଓ ଶନିବାର ବିଦ୍ୟାଳୟକୁ ଯାଇନଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହେବ। ପୋଲିସର ତଦନ୍ତ ଜାରି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Teacher's body recovered, police investigation continues | Argus News