Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୫ଟି ଶ୍ରେଣୀ ଗୃହ ଏବଂ ରୋଷେଇ ଗୃହରେ ଚାଲିଛି ଶିକ୍ଷାଦାନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
୫ଟି ଶ୍ରେଣୀ ଗୃହ ଏବଂ ରୋଷେଇ ଗୃହରେ ଚାଲିଛି ଶିକ୍ଷାଦାନ

ଅର୍ଗସ ବ୍ୟୁରୋ:  ୧୨ ବର୍ଷ ହେବ  ହାଇସ୍କୁଲର ମାନ୍ୟତା ମିଳିଛି। ବିଦ୍ୟାଳୟ ରୁପାନ୍ତିକରଣ ପାଇଁ ଅର୍ଥ ମଧ୍ୟ ମଞ୍ଜୁର ହୋଇଛି। ହେଲେ ଏପର୍ଯ୍ୟନ୍ତ ହାଇସ୍କୁଲ ପାଇଁ ଭିତ୍ତିଭୂମି  ପ୍ରସ୍ତୁତ ହୋଇପାରିନି। ଏ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରଣସପୁର ପଞ୍ଚାୟତ ର ବି.ଜାନୀଗୁଡା ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୯୫୪ ମସିହାରେ ପ୍ରାଥମିକ ବିଦ୍ୟାଳୟ ପରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଥିଲା।  ୨୦୧୧ ମସିହାରେ ଏହାକୁ ହାଇସ୍କୁଲର ମାନ୍ୟତା ଦେଲେ ସରକାର। ହେଲେ ୧୩ବର୍ଷ ପରେ ବି ହାଇସ୍କୁଲ ପାଇଁ ଭିତ୍ତିଭୂମି ହୋଇପାରି ନାହିଁ। ଫଳରେ ଶିକ୍ଷା ଗ୍ରହଣ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ।

ଶିକ୍ଷାଦାନ ପାଇଁ ଆବସ୍ୟକ ଶ୍ରେଣୀଗୃହ ନଥିବାରୁ ୫ଟି ଶ୍ରେଣୀ ଗୃହ ଏବଂ ରୋଷେଇ ଗୃହରେ ଚାଲିଛି ଶିକ୍ଷାଦାନ । ଶ୍ରେଣୀ ଗୃହ ଅଭାବ କାରଣରୁ ପ୍ରଥମ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ  ଗୋଟିଏ ଶ୍ରେଣୀଗୃହରେ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ଚାଲିଥିବା ବେଳେ ଷଷ୍ଠ ଶ୍ରେଣୀ ରୋଷେଇ ଘରେ ପଢୁଛନ୍ତି। ସେଭଳି ସପ୍ତମ ଓ ଅଷ୍ଟମ ଶ୍ରେଣୀ ଗୋଟିଏ ଶ୍ରେଣୀ ଗୃହରେ ଅନ୍ୟ ଦୁଇଟି ଶ୍ରେଣୀଗୃହ ରେ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ କ୍ଲାସ ହେଉଛି।

ବିଦ୍ୟାଳୟରେ ଥିବା ୫ଟି ଯାକ ଶ୍ରେଣୀଗୃହ ବହୁ ପୁରୁଣା । କିଛି ଶ୍ରେଣୀଗୃହର କାନ୍ଥ ଫାଟି ଆ କରିଛି ତ ଆଉ କିଛି ଶ୍ରେଣୀ ଗୃହର ଆଜବେଷ୍ଟରେ କଣା ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଚେୟାର ଓ ଟେବୁଲ ର ବ୍ୟବସ୍ତା ନଥିବାରୁ ତଳେ ଦରି  ପକେଇ ବସୁଛନ୍ତି। ସେପଟେ ଏହି ହାଇସ୍କୁଲର ବିକାଶ ପାଇଁ ୨ବର୍ଷ ତଳେ ସରକାର 5Tରେ ସାମିଲ କରିଥିଲେ । ଏଥି ପାଇଁ ମୁଦୁଲି ଗୁଡା ନିକଟରେ ଏକ ନୂତନ ଜାଗା ଚିହ୍ନଟ ସରିଛି।  ତିନିଟି ପର୍ଯ୍ୟାୟ ରେ ୬୦ ଲକ୍ଷ ଟଙ୍କା ବି ବିଦ୍ୟାଳୟର ଜମାଖାତାରେ ଜମା କରିଛନ୍ତି ସରକାର।  ମାତ୍ର ଟଙ୍କା ଆସିବାର ଏକ ବର୍ଷ ପରେ ବି ବିଦ୍ୟାଳୟର ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି।ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ୫ଟି ପ୍ରହସନର ଅସଲ ଚିତ୍ର ଦେଖିବାକୁ ମିଳିଛି ବି.ଜାନୀଗୁଡା ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ହାଇସ୍କୁଲ ମାନ୍ୟତା ପାଇବାର ୧୨ ବର୍ଷ ପରେବି ଭିତ୍ତିଭୂମି ଶୂନ। ସ୍କୁଲର ବିକାଶ ପାଇଁ ବର୍ଷେ ତଳୁ୬୦ ଲକ୍ଷ ଟଙ୍କା ମଞ୍ଜୁର ହୋଇ ନୂତନ ଜାଗା ଚିହ୍ନଟ ହୋଇଥିଲେବି  ବିଦ୍ୟାଳୟ ନିର୍ମାଣ କାମ ଆରମ୍ଭ ହୋଇପାରିନି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Sponsored
Teaching is going on in 5 classrooms and a kitchen | Argus News