Videos
|
Odisha

ବିପଦ ସଙ୍କୁଳ କୋଠରୀରେ ଚାଲିଛି ଶିକ୍ଷାଦାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିପଦ ସଙ୍କୁଳ କୋଠରୀରେ ଚାଲିଛି ଶିକ୍ଷାଦାନ

ଅର୍ଗସ ବ୍ୟୁରୋ:  ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ କହିଲେ ନସରେ ।  ବ୍ରିଟିଶ ଅମଳର ଏ ବିଦ୍ୟାଳୟ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ। 1889 ମସିହାରେ ଆଦିବାସୀ ଅଧ୍ୟୁଷିତ ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା। ଦୀର୍ଘ 135 ବର୍ଷର ଏହି ବିଦ୍ୟାଳୟ ଆଜି ନିଜ ଅସ୍ତିତ୍ଵ ହରାଇବା ଉପରେ।  ଭଙ୍ଗା ଟିଣ ଛପର ଘରେ ବିପଦ ସଙ୍କୁଳ କୋଠରୀ ରେ ଚାଲିଛି ଶିକ୍ଷାଦାନ। କେତେବେଳେ ଯେ କଣ ହେବ ତାହା କହିବା ମୁସ୍କିଲ ।

ବିଜେଡି ଶାସନ ଅମଳରେ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର 5T ଯୋଜନା ମାଧ୍ୟମ ରେ ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରିଥିଲେ କିନ୍ତୁ ଆଜି ବି ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟର ଭୌଗଳିକ ଅବସ୍ଥିତି ରେ କୌଣଷି ପରିବର୍ତ୍ତନ ଆସି ନାହିଁ  ।  ବାଲିଗୁଡ଼ା NAC କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ରେ ବ୍ରିଟିଶ ଅମଳ ର ସର୍ବ ପୁରାତନ ବିଦ୍ୟାଳୟ ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟ। ମାତ୍ର ଆଜି ଯାଏଁ ଏଠାରେ ଭଲ ରାସ୍ତା ଟିଏ ହୋଇ ପାରି ନାହିଁ। ମାଟି କାଦୁଅ ରାସ୍ତାରେ ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରୁଛନ୍ତି । ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବା କହି ବାହାବାହି ନେଉଥିବା ବେଳେ ରାଜ୍ୟର ସର୍ବ ପୁରାତନ ସ୍କୁଲ ମଧ୍ୟରୁ ଅନ୍ୟତମ ଏହି ସ୍କୁଲ ଏବେ ଅବହେଳିତ। ଏହାର ମରାମତି ପାଇଁ ସରକାର ପଦକ୍ଷେଫ ନେବାର ଆବସ୍ୟକତା ରହିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Teaching is going on in the danger room | Argus News