Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - T ଫର୍ ଟିମ୍ ଓ୍ବାର୍କରେ ଚାଲିଛି ମହାଲୁଟ

Odisha

T ଫର୍ ଟିମ୍ ଓ୍ବାର୍କରେ ଚାଲିଛି ମହାଲୁଟ

Ritu Das
Browse all articles by Ritu Das
·2 years ago·2 min read
T ଫର୍ ଟିମ୍ ଓ୍ବାର୍କରେ ଚାଲିଛି ମହାଲୁଟ

ଅର୍ଗସ ବ୍ୟୁରୋ: କ୍ଷୀରଚୋରା ଗୋପୀନାଥଙ୍କ ପରିକ୍ରମା ମାର୍ଗ ପ୍ରକଳ୍ପରେ ମହାଦୁର୍ନୀତି। ନିମ୍ନମାନର ସିମେଣ୍ଟ   ଓ ଗୋଡିମିଶା ବାଲିରେ ଚାଲିଛି ପ୍ରକଳ୍ପ କାମ। ଆଖି ବୁଜି ଦେଇଛନ୍ତି ସରକାର ଓ ବିଭାଗୀୟ ଅଧିକାରୀ। ଶେଷରେ ସରକାର କ୍ଷୀରଚୋରା ଗୋପିନାଥଙ୍କୁ ବି ଛାଡିଲେନି। ତେବେ ଅର୍ଗସ କ୍ୟାମେରା ଦେଖି କମ୍ପାନୀ ସୁପରଭାଇଜର ବାବୁଙ୍କ ପାଟି ଖନି ମାରିଯାଉଛି। କହୁଛନ୍ତି ଏ ସବୁ ଖରାପ ଜିନିଷ ଅଣା ଯାଇଛି ସତ କିନ୍ତୁ କାମ ହୋଇନାହିଁ। ଅଳ୍ପ ଟିକେ କାମ ହୋଇଛି ଆମେ ପୁଣି ଫେରାଇନେବୁ। ହେଲେ ବିଭାଗୀୟ ଜେଇଙ୍କର ଦେଖାନାହିଁ। ଦୁର୍ନୀତିର ଚରମ ସୀମାରେ ସରକାର। ସବୁଠି ଦୁର୍ନିତୀର ଗନ୍ଧ।

ବାଲେଶ୍ବର ବାସୀଙ୍କ ଆରାଧ୍ୟ ଦେବତା ହେଉଛନ୍ତି କ୍ଷୀରଚୋରା ଗୋପିନାଥ। କିନ୍ତୁ ଅସାଧୁ କଣ୍ଟ୍ରାକ୍ଟର୍ ଓ ବିଭାଗୀୟ ଅଧିକାରୀ ଆରଧ୍ୟଙ୍କୁ ବି ଠକିବାରେ ପଛାଇ ନାହାନ୍ତି। ନିକଟରେ ରାଜ୍ୟ ସରକାର କ୍ଷୀର ଚୋରା ଗୋପିନାଥଙ୍କ ମନ୍ଦିରର ଉନ୍ନତି ପାଇଁ ପ୍ରଥମ ପର୍ଯ୍ୟାୟରେ ୩କୋଟି ୬୯ଲକ୍ଷ ବ୍ୟୟବରାଦ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ପାଚେରୀ ସହିତ ପରିକ୍ରମା ମାର୍ଗ ନିର୍ମାଣ ଚାଲିଛି। କିନ୍ତୁ ଏହାରି ଭିତରେ ସ୍ଥାନୀୟ ଗ୍ରାମବାସୀ ଓ ମନ୍ଦିରର ପୂଜକ ଅଭିଯୋଗ ଆଣିଛନ୍ତି ଯେ ମନ୍ଦିର କାମରେ ମହାଦୁର୍ନିତୀ ହେଉଛି ବୋଲି। ନିମ୍ନମାନର ସିମେଣ୍ଟ , ନିମ୍ନ ମାନର ଗୋଡି ଓ ବାଲି ମିଶା ଯାଇ କାମ ହେଉଛି। ଯାହାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନ କରିବା ସହିତ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି। କ୍ଷୀରଚୋରା ଗୋପିନାଥଙ୍କୁ ଠକିଲେ ଧର୍ମ ସହିବନି ବୋଲି କହିଛନ୍ତି ସ୍ଥାନୀୟ ଗ୍ରାମବାସୀ।
ସରକାରଙ୍କ ପାଖରୁ ଆରମ୍ଭକରି ଜିଲ୍ଲାପ୍ରଶାନର ମଧୁଚନ୍ଦ୍ରିକାରେ ଦୁର୍ନୀତି ଚାଲିଛି। କହିବା କାହକୁ ଶୁଣିବ ବା କିଏ। ଏଠି ସରକାରୀ କର୍ମଚାରୀ ବି ଶାସକ ଦଳର ଓ କଣ୍ଟ୍ରାକ୍ଟର ବି ଶାସକ ଦଳର।  

ଏତେ ସବୁପରେ ମଧ୍ୟ ଜିଲ୍ଲାପାଳ କହୁଛନ୍ତି ଦୁର୍ନୀତିର ଅଭିଯୋଗ ଆସିଲେ ଆମେ ତଦନ୍ତ କରିବୁ। କମ୍ପାନୀ କର୍ତ୍ତୃପକ୍ଷ ନିମ୍ନମାନର ଜିନିଷ ବ୍ୟବହାର ହୋଇଛି ବୋଲି ମାନୁଥିବା ବେଳେ ଜିଲ୍ଲାପାଳ କିନ୍ତୁ ତଦନ୍ତ ପାଇଁ ଅଭିଯୋଗକୁ ଅପେକ୍ଷା କରିଛନ୍ତି। ସବୁଠି କଣ ସାଧାରଣ ଜନତ‍ା ଅଭିଯୋଗ କରିବାକୁ ଆସିବେ। ପ୍ରଶାସନର ଦାୟିତ୍ବ ନୁହଁକି ଉନ୍ନୟନ କାମର ତର୍ଜମା କରିବା। ନା ଶାସକ ଦଳର କଣ୍ଟ୍ରାକ୍ଟର ବୋଲି ଜିଲ୍ଲାପାଳ ବି ଚୁପ ରହିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Painting
Sponsored
Team work big | Argus News