Videos
|
Odisha

ଚାଷୀଙ୍କ ଆଖିରେ ଝଂଜାବତୀ ଲୁହ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଚାଷୀଙ୍କ ଆଖିରେ ଝଂଜାବତୀ ଲୁହ

Key Points

  • ଚାଷୀଙ୍କ ଆଖିରେ ଝଂଜାବତୀ ଲୁହ 
  • ପ୍ରତିଶ୍ରୁତି ପାଇ ହେଲେ ପ୍ରତାରଣାର ଶିକାର 
  • ଓଡିଶା ପାଣି ନେଇ ଆନ୍ଧ୍ର ମାଲେମାଲ୍
  • କ୍ଷେତରେ ପାଣି ଅଭାଵ ନେଇ ଚାଷୀ ଵେହାଲ
  • ଚିନ୍ତାଗୁଡାଵାସୀଙ୍କୁ ଯୋଜନା ଧୋକା

ଅର୍ଗସ ବ୍ୟୁରୋ:  କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ୍ ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ଝଂଜାବତୀ ନଦୀର ଦୃଶ୍ୟ । ଏହି ଅଞ୍ଚଳର ଅଧିକାଂଶ ଚାଷୀ ଜମିରେ ପାଣି ପାଇଁ ଏହି ନଦୀ ଉପରେ ନିର୍ଭର କରନ୍ତି । ମାତ୍ର ଏବେ ନଦୀର ଜଳ ପାଇଁ ଚାଷୀ ଵେହାଲ। ନଦୀରେ ନାହିଁ ପାଣି। କଛି ସ୍ଥାନରେତ ନଦୀ ନାଳର ଭ୍ରମ ଶୃଷ୍ଟି କରୁଛି।

ଗୋଟିଏ ପଟେ ନଦୀରେ ପାଣି ନଥିବାରୁ କୋରାପୁଟର ଚାଷ ପ୍ରାଭାବିତ ହେଉଥିବା ବେଳେ , ଅନ୍ୟପଟେ  ଝରାଵତୀ ନଦୀର ପାଣିକୁ ଅଟକାଇ ଆନ୍ଧ୍ର ନିର୍ମାଣ କରିଛି ଡ୍ୟାମ୍  । ଆଉ ଏହି ଡ୍ୟାମ ପାଣି ଆନ୍ଧ୍ର ସୀମାନ୍ତରେ ଥିବା ମାନ୍ୟାମ୍ ଜିଲ୍ଲାର ଶହ ଶହ ଚାଷୀଙ୍କ ମୁହଁରେ ହସ ଫୁଟାଇଛି। କୋରାପୁଟରେ ବୋହି ଯାଇଥିବା ଝଂଜାବତୀ ନଦୀ ଉପରେ ୨୦୧୯ ମସିହାରେ ୨କୋଟି ଟଙ୍କା ବ୍ୟୟରେ ଵ୍ୟାରେଜ ନିର୍ମାଣ ହେଵାର ଯୋଜନା ରହିଥିଲା। ଏହି ପାଇଁ ପ୍ରତିଶୃତି ମଧ୍ୟ ମିଳିଥିଲା। କିନ୍ତୁ ସେ ପ୍ରତିଶ୍ରୁତି ଆଜି ପ୍ରତାରଣା ପାଲଟିଛି।  ଵ୍ୟାରେଜ ନିର୍ମାଣର ସର୍ଭେ ପାଇଁ ପ୍ରତିଵର୍ଷ ଠିକାଦାର ଓ ଇଂଞିନିୟର ଆସନ୍ତି ସତ କିନ୍ତୁ କାମ ଆଗଉନି। ଏମିତିକି ସେତେବେଳେର ୫ ଟି ସଚିବି ଭିକେ ପାଣ୍ଡିଆନ ମଧ୍ୟ ଏହି ଅଞ୍ଚଳରେ ବ୍ୟାରେଜ କାମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମାତ୍ର କାମ ଆଗେଇବା ନାଁ ଧରୁନି।

ନାରାୟଣପାଟଣା ଓ ବନ୍ଧୁଗାଁବାସୀଙ୍କୁ ବର୍ଷା ଦିନେବି ଘାରିଛି ପାଣି ଚିନ୍ତା। ଦୁଃଖ ଦେଉଛି ଝଂଜାବତୀ। ନିଅଣ୍ଟିଆ ପାଣି ଯୋଗୁଁ ଚାଷ କାମ ବ୍ୟାହାତ ହେଉଛି।  ସେପଟେ ଓଡ଼ିଶା ପାଣିରେ ଆନ୍ଧ୍ର ହେଉଛି ମାଲେମାଲ। ତେବେ ପ୍ରକଳ୍ପର ବିଳମ୍ବତା ଯୋଗୁଁ ଚାଷୀ ହନ୍ତସ୍ତ ହେଉଛନ୍ତି। ତେବେ ପ୍ରଶ୍ନ ଉଠୁଛି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ସତ୍ତ୍ବେ କାହିଁକି ଆରମ୍ଭ ହୋଇ ପାରୁନି ବ୍ୟାରେଜ କାମ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tears welled up in the farmer's eyes | Argus News