Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାତି ସାଙ୍ଗକୁ ଗୁଳୁଗୁଳି, ଘାଣ୍ଟି ହେଉଛନ୍ତି ଲୋକେ

Smruti Parija
Browse all articles by Smruti Parija
·2 years ago·1 min read
ତାତି ସାଙ୍ଗକୁ ଗୁଳୁଗୁଳି, ଘାଣ୍ଟି ହେଉଛନ୍ତି ଲୋକେ

ଭୁବନେଶ୍ୱର: ପୁଣି ବଢିବ ତାତି । କଲବଲ କରିବ ଆର୍ଦ୍ରତା । ଆଗାମୀ ଦୁଇ ତିନି ଦିନରେ ତାପମାତ୍ରା ୩ ରୁ ୫ଡିଗ୍ରୀ ବଢିବା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୫ ଦିନରେ ଓଡ଼ିଶାରେ ଗୋଟିଏ ଦୁଇଟି ଜାଗାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି କିନ୍ତୁ ଅନ୍ୟ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଆଗାମୀ ୨୪ ଘଣ୍ଟାରେ ଗୁଳୁଗୁଳି ସ୍ଥିତି ରହିବ । ବର୍ତ୍ତମାନ ଆର୍ଦ୍ରତା ବହୁତ ଅଛି, ତାପମାତ୍ରା ମଧ୍ୟ ବଢିବା ସମ୍ଭାବନା ରହୁଛି । 

୨୯ ଓ ୩୦ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ନୂଆପଡାରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ୩୦ ରୁ ୧ ତାରିଖରେ କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ପବନ ହୋଇପାରେ । ଆଗାମୀ ଚାରିଦିନ ଭିତରେ ସମୟାନୁସାରେ କେରଳ ଛୁଇଁବ ମୌସୁମୀ । ଓଡିଶାକୁ ମୌସୁମୀ ଛୁଇଁବା ଚାରିଦିନ ପୂର୍ବରୁ ଆକଳନ କରିହେବ । ଚଳିତବର୍ଷ ଓଡ଼ିଶାର କିଛି କିଛି ସ୍ଥାନରେ କମ ବର୍ଷା ହୋଇପାରେ । କିଛି ଜାଗାରେ ମେଘୁଆ ପାଗ ରହିବ । କିନ୍ତୁ ଚଳିତବର୍ଷ ମଧ୍ୟ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିପାରେ । 

ସେପଟେ ଏହି ଦୁଇ ଦିନ ଧରି ପ୍ରବଳ ଗୁଳୁଗୁଳି ହେଉଥିବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...
 

Sponsored
temperature-hike-difficult-to-survive-in-heavy-humidity | Argus News