Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଝାରସୁଗୁଡ଼ାରେ ୪୭ ଡିଗ୍ରୀକୁ ତାପମାତ୍ରା ବୃଦ୍ଧି 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଝାରସୁଗୁଡ଼ାରେ ୪୭ ଡିଗ୍ରୀକୁ ତାପମାତ୍ରା ବୃଦ୍ଧି 

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ୪୭ ଡିଗ୍ରୀକୁ ତାପମାତ୍ରା ବୃଦ୍ଧି ପାଇ ଓଡ଼ିଶାର ସବୁଠାରୁ ଉତ୍ତପ୍ତ ଜିଲ୍ଲା ଭାବେ ରେକର୍ଡ଼ ହୋଇଛି । ଝାରସୁଗୁଡା ଜିଲ୍ଲାରେ ୭ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏହି ଘଟଣା ଗୁଡିକରେ ପୁଲିସ ଭିନ୍ନ ଭିନ୍ନ ୭ ଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଂଶୁଘାତର ଶିକାର ହୋଇ ଲୋକେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଚିତ୍ର ସାମ୍ନାକୁ ଆସୁଛି । ତେବେ କେବଳ ୨୪ ଘଣ୍ଟାରେ ଝାରସୁଗୁଡ଼ା ଜିଲ୍ଲାରେ ସମ୍ଭାବ୍ୟ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୭ ଛୁଇଁ ସାରିଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ଆକ୍ରାନ୍ତମାନେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଝାରସୁଗୁଡ଼ା ଜିଲ୍ଲାର କୋଇଲାଞ୍ଚଳରେ ବିଭିନ୍ନ ଟ୍ରକ୍‌ ମାଲିକ ସଂଘ ୨ ହଜାରରୁ ଊର୍ଦ୍ଧ୍ବ ଟ୍ରକ୍‌ ଲଗାଇଛନ୍ତି। ଏହି ପରିବହନରୁ ସଂଘ, ଟ୍ରାନ୍ସପୋର୍ଟର ମୋଟା ଅଙ୍କର ମୁନାଫା ରୋଜଗାର କରୁଥିବା ବେଳେ ଟ୍ରକ୍‌ ଚାଳକଙ୍କ ପାଇଁ କୌଣସି ମୌଳିକ ସୁବିଧା ବି କରାଯାଇନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ଚାଳକଙ୍କ ପାଇଁ ସାମାନ୍ୟତମ ରେଷ୍ଟ ସେଡ୍‌, ଥଣ୍ଡା ପାନୀୟ ଜଳର କୌଣସି ବ୍ୟବସ୍ଥା କରାଯାଇନାହିଁ। ଯାହାକି ଏହି ଟ୍ରକ୍‌ ଚାଳକଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଜିଲ୍ଲାର ମୋଟ ୭ ଜଣଙ୍କ ଅକାଳରେ ମୃତ୍ୟୁ ହୋଇଛି ନା ଆହୁରି ଅଧିକ ରହିଛି ଏନେଇ ସରକାରୀ ସ୍ତରରେ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପାରିପାର୍ଶ୍ଵକ ଦୃଷ୍ଟି କୋଣରୁ ସେମାନଙ୍କ ମୃତ୍ୟୁର କାରଣ ଅଂଶୁଘାତ ହୋଇଥିବା ଆଶଙ୍କା କରାଯାଉଛି। ବ୍ୟବଚ୍ଛେଦ ହେବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Temperature rises to 47 degrees in Jharsuguda | Argus News