Videos
|
Odisha

ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ

ଅର୍ଗସ ବ୍ୟୁରୋ:  ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନୁକୂଳ ରହିବ ପାଗ। ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ । କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଦକ୍ଷିଣ ଓଡ଼ିଶାରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।ଏବଂ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଦିନ ତାପମାତ୍ରା କମ ରହିବ , ଲଗାଣ କିମ୍ବା ଭାରି ବର୍ଷା ନଥିବା କାରଣରୁ ଲୋକେ ସେ ଅଞ୍ଚଳରେ ଭୋଟ ଦେବା ପାଇଁ ଅନୁକୂଳ ପାଗ ରହିବ । ଏହା ସହ ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ହୋଇପାରେ।

ତେଣୁ ୩ରୁ ୪ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଗତ ୨୪ ଘଣ୍ଟାରେ କଟକ ବାଙ୍କିରେ ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି ୧୦.୮ ସେମି। ଏହା ସହ ୧୪ ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ୨୪ ଘଣ୍ଟାରେ ଭାରି ବର୍ଷା ନେଇ ଆକଳନ କରାଯାଇଛି। ଆଗାମୀ ୩ ଦିନ ବିଜୁଳି ଘଡଘଡି ସହ ପବନର ବେଗ ୩୦ ରୁ ୪୦ ଡିଗ୍ରୀ ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Temperatures will heat over around 40 degrees in the election city | Argus News