Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଗାମୀ 5 ଦିନ ନିସ୍ତାର ନାହିଁ,  4 ରୁ 5 ଡିଗ୍ରୀ ବଢିବ ତାପମାତ୍ରା 

Odisha

ଆଗାମୀ 5 ଦିନ ନିସ୍ତାର ନାହିଁ,  4 ରୁ 5 ଡିଗ୍ରୀ ବଢିବ ତାପମାତ୍ରା 

Smruti Parija
Browse all articles by Smruti Parija
·2 years ago·2 min read
ଆଗାମୀ 5 ଦିନ ନିସ୍ତାର ନାହିଁ,  4 ରୁ 5 ଡିଗ୍ରୀ ବଢିବ ତାପମାତ୍ରା 

ଭୁବନେଶ୍ୱର: ଆକାଶରୁ ବର୍ଷୁଛି ଅଗ୍ନିବର୍ଷା । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଘରୁ ବାହିରାବ ମାତ୍ରେ ଦେହ ହାତ ଜଳି ପୋଡିଯାଉଛି । କଲବଲ କରୁଛି ଗରମ । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ  ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଚାନ୍ଦବାଲିରେ ୪୧.୧, ଝାରସୁଗୁଡାରେ ୪୧, ବାଲେଶ୍ବରରେ ୪୦ ଛୁଇଁଛି ପାରଦ । ସେମିତି ହୀରାକୁଦରେ  ୩୯.୫ ଡିଗ୍ରୀ, ସମ୍ବଲପୁରରେ ୩୯.୪, ରାଉରକେଲାରେ  ୩୯.୨, କେନ୍ଦୁଝରରେ ୩୮.୯ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଗୋପାଳପୁର: ୩୫.୫°C, ପାରାଦୀପ: ୩୫.୨°C, ପୁରୀ: ୩୫°C ରେକର୍ଡ ହୋଇଛି । 

ସେପଟେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୭ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆହୁରି ବଢିବ ତାପମାତ୍ରା । ୪୩ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାତି । ବଲାଂଗୀର, ଟିଟଲାଗଡ଼, ବୌଦ୍ଧରେ ସବୁଠୁ ଅଧିକ ତାପମାତ୍ରା ଅନୁଭୂତ ହେବା ନେଇ ଆକଳନ କରିଛି ବିଭାଗ । ଅସ୍ୱାଭାବିକ ସ୍ଥିତି ଏବେ ୫ ଦିନ ପର୍ଯ୍ୟନ୍ତ ରହିବ । ଆଗାମୀ ୫ଦିନ ଯାଏ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବଢିବ। ନିର୍ବାଚନ ମେଳି ଓ ରାଲିଠୁ ନେଇ ଅତ୍ୟଧିକ ଗହଳିଆ ସ୍ଥାନରୁ ଦୁରେଇ ରହିବାକୁ ଆଲର୍ଟ ଜାରି କଲା ବିଭାଗ । ସାଧାରଣ ଲୋକ, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ପରାମର୍ଶ ଦେଲା ବିଭାଗ । 

ସିଧାସଳଖ ସୁର୍ଯ୍ୟକିରଣରେ ଆସିଲେ ବିଶେଷ ଅସୁବିଧାର ସମ୍ଭାବନା ହେବେ । ସେହିଭଳି ଚାଷୀ ମାନଙ୍କ ସହ ଗୃହ ପାଳିତ ପଶୁ ମାନଙ୍କୁ ଥଣ୍ଡା ସ୍ଥାନରେ ରହିବା ଆବଶ୍ୟକ । ଏବେର ସିଧାସଳଖ ସୂର୍ଯ୍ୟ କିରଣ ସାଧାରଣ ଲୋକଙ୍କ ପାଇଁ ବେଶ ପ୍ରଭଵ ପକାଇବ ।  ଅଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅତ୍ୟଧିକ ଖରାରୁ ଦୂରେଇ ରହିବା ଆବଶ୍ୟକ । ଶୋଷ ନହେଲେ ବି ଯଥେଷ୍ଟ ପାଣି ପିଇବା ଉଚିତ । ପାର୍କିଂ ସ୍ଥାନରେ ଗାଡ଼ିରେ ଛୋଟ ପିଲା କିମ୍ବା ଗୃହ ପାଳିତ ପଶୁଙ୍କୁ ଛାଡିକି ନଯିବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ୫ ଦିନ ବଢିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Temperatures will increase by 4 to 5 degrees in the next 5 days | Argus News