Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗାଁକୁ ନାହିଁ ରାସ୍ତା, ଆଜିବି ଅନ୍ଧାରରେ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ

Odisha

ଗାଁକୁ ନାହିଁ ରାସ୍ତା, ଆଜିବି ଅନ୍ଧାରରେ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଗାଁକୁ ନାହିଁ ରାସ୍ତା, ଆଜିବି ଅନ୍ଧାରରେ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ

ଅର୍ଗସ ବ୍ୟୁରୋ:  ରଣିଆକଟାକୁ ମଞ୍ଜୁରୀ ଚିନ୍ତା। ପାଣି ସମସ୍ୟା ଦୂର ପାଇଁ ଡ୍ୟାମ ହେଲା ସତ ହେଲେ ଅନ୍ଧାରକାରମୟ ହୋଇଗଲା ରଣିଆକଟା। ବିନା ବିଜୁଳି ଆଲୁଅରେ ଦଶ ବର୍ଷ। ବର୍ଷ ପରେ ବର୍ଷ ବିତୁଛି ନେତା ପ୍ରଶାସନ ଆସୁଛନ୍ତି ଯାଉଛନ୍ତି ହେଲେ ଦୂର ହେଉନି ରଣିଆକଟାର ସମସ୍ୟା। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋରନଗର ବ୍ଲକ ରଣିଆକଟା ପଂଚାୟତର ବରପଦର । ଗାଁକୁ ଯିବାକୁ ହେଲେ ପଂଚାୟତ ଠାରୁ ପ୍ରାୟ ପାଞ୍ଚ କିଲୋ ମିଟର ମାଟି ରାସ୍ତାରେ ଚାଲିକି ଯିବାକୁ ପଡେ। ରାସ୍ତା ଏମିତି ଯେଉଁଠି ପାଦେପାଦେ ରହିଛି ବିପଦ। ଦିବାଲୋକରେ ଏହି ରାସ୍ତା ଦେଇ ଯିବା ଆସିବା କରିବା ମୁସ୍କିଲ ହେଉଥିବା ବେଳେ ରାତିରେ ଏଠି ପାଦେପାଦେ ବିପଦ ରହିଛି।

ଆଗରୁ ଗାଁରେ ବିଦ୍ୟୁତ୍ ସଂଯୋଗ ଥିଲା। କିନ୍ତୁ ମଞ୍ଜୁରୀ ଡ୍ୟାମ ପ୍ରକଳ୍ପ ହେଲା ପରେ, ଗାଁରୁ ବିଦ୍ୟୁତ ସଂଯୋଗ କାଟି ଦିଆଗଲା। ସେବେ ଠାରୁ ପ୍ରାୟ ଦଶ ବର୍ଷ ହେବ ଗାଁରେ ବିଜୁଳି ଆଲୁଅ ନାହିଁ। ଜହ୍ନ ଆଲୁଅ ଆଉ ଡିବିରୀ ଆଲୁଅ ଉପରେ ଗାଁ ଲୋକ ଭରଷା କରି ଜୀବନ ବିତାନ୍ତି ରଣିଆକଟାବାସୀ। ଏପଟେ ସନ୍ଧ୍ୟା ହେଲେ ଗାଁ ରେ ହାତୀ ଭାଲୁ ଭୟ। ଡ୍ୟାମରେ ପାଣି ଫୁଲ ହୋଇଗଲେ,ଗାଁ ଭିତରକୁ କୁମ୍ଭୀର ଆସେ। ବନ୍ୟଯନ୍ତୁଙ୍କ ଭୟରେ ସନ୍ଧ୍ୟା ହେଲେ ଗାଁ ଦାଣ୍ଡ ଶୂନଶାନ ହୋଇ ଯାଏ। ଘରେ ଘରେ ପଡିଯାଏ ତାଟି କବାଟ।

ମଞ୍ଜୁରୀ ଡ୍ୟାମ ପ୍ରକଳ୍ପ ହେଲାପରେ ଜଙ୍ଗଲୀ ପଶୁଙ୍କ ସୁରକ୍ଷା ଓ ଜଳଚର ଯନ୍ତୁଙ୍କର ସୁରକ୍ଷା ପାଇଁ ଗାଁରୁ ଆଲୁଅ କାଟି ଦିଆଗଲା। ଅଧା ଗାଁ ପାଣିରେ ବୁଡିଗଲା। ଲୋକମାନେ ବିସ୍ଥାପିତ ହେଲେ। ମାତ୍ର ଅଧାରୁ ଅଧିକ ଲୋକ ଗାଁରେ ରହିଗଲେ। ଏ ଦଶ ବର୍ଷ ଭିତରେ ଅନେକ ନେତା, ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଗ୍ରାମବାସୀ ହେଲେ ଗାଁ ସମସ୍ୟା ଦୂର ହୋଇ ପାରିନି। କିଶୋର ନଗର ବ୍ଲକ ରଣିଆକଟା ପଂଚାୟତ ବରପଦର ଗାଁରେ ବିକାଶର ପାଦ ପଡିନି ...ଆଜିବି ଅନ୍ଧାରରେ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ। ଏପଟେ ବିସ୍ଥାପିତଙ୍କୁ ଥଇଥାନ କରିଥିବା କଥା କହି ବାହାବାହି ନେଉଛନ୍ତି ରାଜ୍ୟ ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
ten years without electricity | Argus News