Videos
|
Odisha

ସରକାରୀ କ୍ୱାଟରରେ ରହୁଛନ୍ତି ଭଡାଟିଆ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସରକାରୀ କ୍ୱାଟରରେ ରହୁଛନ୍ତି ଭଡାଟିଆ

ଅର୍ଗସ ବ୍ୟୁରୋ:  ସରକାରୀ କ୍ୱାଟରରେ ରହୁଛନ୍ତି ଭଡାଟିଆ । ତେବେ ଭଲ ଭାବରେ ଦେଖନ୍ତୁ ଏହି ଦସ୍ତାବିଜକୁ, ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶି କାନ୍ତ ଆଚାର୍ଯ୍ୟଙ୍କ ନାଁରେ ରହିଛି ଗୋଟିଏ ସରକାରୀ କ୍ବାଟର। ଏବେବି ଅଧିକାରୀ ଜଣଙ୍କ ସେ କ୍ବାଟର ରହୁଥିବା ଦର୍ଶାଯାଇଛି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ମତ୍ସ୍ୟ ଅଧିକାରୀ ଶଶିକାନ୍ତ ଆଚାର୍ଯ୍ୟଙ୍କ ବଦଳି ବାଲେଶ୍ବର ଜିଲ୍ଲାରୁ ୬ବର୍ଷ ହେଲାଣି। ଏବଂ ସେ ଅବସର ବି ଗ୍ରହଣ କରି ସାରିଲେଣି। ତେବେ କାହିଁକି ତାଙ୍କ ନାଁରେ ରହିଛି ଏ ସରକାରୀ କ୍ବାଟର। ଏବଂ ଏହି ସରକାରୀ କ୍ବାଟର ରହୁଛି କିଏ ତାକୁ ନେଇ ଉଠିଛି ପ୍ରଶ୍ନ।

ବାଲେଶ୍ବର ଅଧିକ୍ଷଣ ଯନ୍ତ୍ରୀ ଶୁଶିଲ କୁମାର ବିଶ୍ବାଳ ଦୁଇ ବର୍ଷ ହେବ ସରକାରୀ କ୍ବାଟର ପାଇଁ ଆବେଦନ କରିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ କ୍ବାଟର ମିଳିନାହିଁ। ଅଥଚ ପୂର୍ବରୁ ଏହି ପଦବୀରେ ଥିବା କ୍ଷୁଦ୍ର ଜଳ ସେଚନ ଆସିଟାଣ୍ଟ ଇଂଜିନିୟର ବିଷ୍ଣୁପ୍ରସାଦ ପଟ୍ଟାୟତ ସରକାରୀ କ୍ବାଟରକୁ ମାଡି ବସିଛନ୍ତି। ବଡ ବାବୁଙ୍କ ବଦଳି ହୋଇଛି ମୟୁରଭଞ୍ଜକୁ ହେଲେ ସେ ଏବେବି ଏହି ସରକାରୀ କ୍ବାଟର ମାଡି ବସିଛନ୍ତି।

ବାଲେଶ୍ବର ଜିଲ୍ଲାରେ ସରକାରୀ କ୍ବାଟରରେ ବଡ ବାବୁମାନେ ବାବୁ ଗିରି ଚଳାଇଛନ୍ତି। ଅଧିକାରୀଙ୍କ ବଦଳ ହୋଇଗଲା ପରେ ମଧ୍ୟ କ୍ବାଟର ରହିଛି ସମ୍ପୃକ୍ତ ଅଧିକାରୀଙ୍କ ନାଁରେ କିନ୍ତୁ ଏହାର ଖବର କାହା ନିକଟରେ । ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳ ଧ୍ୟାନ ଦେବା ଆବଶ୍ୟକ ହୋଇ ପଡିଛି । ତେବେ ଏହି ଘଟଣାରେ ଉଭୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tenants living in government quarters | Argus News