|
logo
Live
Argus News App
GET APP

Argus News - ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ଟେଣ୍ଡର ଫିକ୍ସିଂ ଘୋଟାଲା

Odisha

ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ଟେଣ୍ଡର ଫିକ୍ସିଂ ଘୋଟାଲା

Smruti Parija
Browse all articles by Smruti Parija
·2 years ago·2 min read
ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ଟେଣ୍ଡର ଫିକ୍ସିଂ ଘୋଟାଲା

ମାଲକାନଗିରି:  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ 18ଟି ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ଗତ ଫେବ୍ରୁଆରୀ 19 ତାରିଖରେ ମଗାଯାଇଥିଲା ଟେଣ୍ଡର । ମାର୍ଚ୍ଚ 6 ତାରିଖ ଥିଲା ଟେଣ୍ଡର ଆହ୍ବାନର ଶେଷ ଦିନ । କିନ୍ତୁ ଶେଷ ଦିନରେ ସାମ୍ନାକୁ ଆସିଲା ଟେଣ୍ଡର ଫିକ୍ସିଂର ପ୍ରମାଣ । ସରକାରୀ ଅର୍ଥ ହରିଲୁଟ୍ କରିବାକୁ ବଡ଼ ଚତୁରତାର ସହ କରାଯାଉଛି ଚଞ୍ଚକତା । ଏଥିରେ ସାମିଲ ଥିବା ଜିଲ୍ଲାର କଣ୍ଟ୍ରାକ୍ଟର ମାନଙ୍କର ଏ ଭିଡ଼ିଓ ଆସିଛି ସାମ୍ନାକୁ । 

ଯେଉଁଥିରେ ଦେଖାଯାଉଛି ମିଳିତ ହୋଇ କଣ୍ଟ୍ରାକ୍ଟରମାନେ କେମିତି ଟେଣ୍ଡର ଫିକ୍ସିଂ କରିବାକୁ ଚଳାଇଛନ୍ତି ଯୋଜନା । କେବଳ ଏ ଭିଡିଓ ନୁହେଁ କେଉଁ ଠିକାଦାର କେତେ ନମ୍ବର କାମ ପାଇବ ଆଉ କେତେ ଟଙ୍କାରେ ଟେଣ୍ଡର ଫିକ୍ସିଂ ହୋଇଛି ତାର ଏକ ଚିଠା ମଧ୍ୟ ଲାଗିଛି ଅର୍ଗସ୍ ହାତରେ । ଗୁରୁବାର ପୂର୍ବାହ୍ନ 11 ଟାରେ ବ୍ଲକ୍ ଟେଣ୍ଡର କମିଟି ଦ୍ୱାରା ଟେଣ୍ଡର ଓପନିଂ ପାଇଁ ସମୟ ସ୍ଥିର ହୋଇଥିବାବେଳେ ତାର ଢେର୍ ପୂର୍ବରୁ ଠିକାଦାରମାନଙ୍କର ନାଁ ଥିଲା ଏ ଲିଷ୍ଟ୍ ଭାଇରାଲ ହେଉଛି । ଏ ନେଇ ଖବର ପ୍ରସାରଣ ପରେ ଦୋଷ ଲୁଚାଇବାକୁ ଚେଷ୍ଟା କରିଛି ଚିତ୍ରକୋଣ୍ଡା ବ୍ଲକ୍ ପ୍ରଶାସନ । ସମସ୍ତ 18ଟି ଟେଣ୍ଡରକୁ ବାତିଲ କରିଦିଆଯାଇଛି । 

ସରକାରୀ କାମ ପାଇଁ ସବୁ କଣ୍ଟ୍ରାକ୍ଟରମାନେ ଟେଣ୍ଡର ପକାଇବା ବଦଳରେ ନିଜ ନିଜ ଭିତରେ ସଲାସୁତୁରା କରିନେଉଛନ୍ତି । ଗୋଟିଏ କାମ ପାଇଁ ଜଣେ କଣ୍ଟ୍ରାକ୍ଟର ହିଁ ଟେଣ୍ଡର ପକାଉଛନ୍ତି । ସେ ହିଁ କାମ ପାଇବା ସୁନିଶ୍ଚିତ । ତେଣୁ ପ୍ରତିବଦଳରେ ଚଞ୍ଚକତାରେ ସାମିଲ ଥିବା ଅନ୍ୟ ଠିକାଦାରଙ୍କୁ ସେ ଦେଉଛନ୍ତି ଟଙ୍କା । ଏହିପରି 12ଟି କାମ ପାଇଁ ଲକ୍ଷାଧିକ ଟଙ୍କାର ଫିକ୍ସିଂ ହୋଇଥିବାବେଳେ ସିରିଏଲ ଅନୁସାରେ କାମ ପାଇଁ କଣ୍ଟ୍ରାକ୍ଟର ନିର୍ଦ୍ଧାରିତ ହୋଇସାରିଥିଲା । ଖବର ସାମ୍ନାକୁ ଆସିବା ପରେ ଟେଣ୍ଡର ସିନା ବାତିଲ ହେଲା, କିନ୍ତୁ କ୍ୟାମେରା ଆଗରେ କିଛି କହୁନାହାନ୍ତି ଚିତ୍ରକୋଣ୍ଡା ବିଡିଓ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ଟେଣ୍ଡର ଫିକ୍ସିଂ ଘୋଟାଲା | Argus News