Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଜେପିର ଅଙ୍କରେ ବିଗୁଡୁଛି ବିଜେଡ଼ର ରାଜନୀତି

Odisha

ବିଜେପିର ଅଙ୍କରେ ବିଗୁଡୁଛି ବିଜେଡ଼ର ରାଜନୀତି

Jitendra Dash
Browse all articles by Jitendra Dash
·2 years ago·2 min read
ବିଜେପିର ଅଙ୍କରେ ବିଗୁଡୁଛି ବିଜେଡ଼ର ରାଜନୀତି

ଅର୍ଗସ ବ୍ୟୁରୋ : ଟେନସନରେ ବିଜେଡ଼ି । ବଢୁଛି ଅଡ଼ୁଆ । ସେପଟେ ବଳ ଗୋଟାଉଛି ବିଜେପି । ରାଜ୍ୟରେ ବିଜେଡ଼ି ଅଙ୍କ ଦୃବଳ ହୋଉଥିବା ବେଳେ ଏପଟେ ସବଳ ହୋଇଛି । ଏପଟେ ବିଜେପି ତାର ୧୮ଟି ଲୋକସଭା ଆସନରେ ନିଜର ହେଭିୱେଟ୍ ନେତାମାନଙ୍କ ନାମ ଘୋଷଣା କରିଛି । ଏପଟେ ନେତା ମାନଙ୍କ ନାମ ଶୁଣି ଛାନିଆ ବିଜେଡ଼ି । ଧିରେ ଧିରେ ବିଗିଡ଼ିବାରେ ଲାଗିଛି ବିଜେଡିର ଅଙ୍କ କଷା । ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ କସରତ ଆରମ୍ଭ ହୋଇଛି ସତ କିନ୍ତୁ ଅଙ୍କ ବିଗିଡ଼ିବାରେ ଲାଗିଛି । 

ବିଜେଡି ଛାଡ଼ି ବିଜେପିରେ ସାମିଲ ପ୍ରଦୀପ ପାଣିଗ୍ରାହୀ ଏବେ ଅସନ୍ତୁଷ୍ଟ ବିଜେଡି ନେତାମାନଙ୍କୁ ଗୋଟାଇବାରେ ଲାଗିଛନ୍ତି । ଯାହାର ସିଧାସଳଖ ପ୍ରଭାବ ଜିଲ୍ଲାରେ ବିଜେଡି ସଂଗଠନକୁ ଦୁର୍ବଳ କରିବାରେ ଲାଗିଛି । ଦଳୀୟ ସଂଗଠନକୁ କର୍ମୀ ଓ ନେତାଙ୍କ ସହ ଯୋଗସୂତ୍ରରେ ବାନ୍ଧି ରଖିବା ଭଳି ଜଣେ ବି ଅଭିଜ୍ଞ ଓ ପୁରୁଖା ନେତା ବିଜେଡିକୁ ମିଳୁନାହାନ୍ତି । କେବଳ ଏହି କାରଣ ପାଇଁ ବିଜେଡି ସେଠାରେ ପ୍ରଦୀପଙ୍କୁ ଚେକ୍ ଦେବା ପାଇଁ ତାଙ୍କ ବିରୁଦ୍ଧରେ ବ୍ରହ୍ମପୁର ସଂସଦୀୟ ଆସନରୁ ନିଜର କୋରଟିମ୍ ସଦସ୍ୟ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଲୋକସଭା ତଥା ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିବା ମଧ୍ୟ ବିଜେଡି ପାଇଁ କାଠିକର ପାଠ ହୋଇଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ଓ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ଗଞ୍ଜାମରେ ବିଜେଡିର ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଦୀର୍ଘ ଦୁଇ ଦଶନ୍ଧି ଧରି ପ୍ରଦୀପ ଗଞ୍ଜାମର ସାଂଗଠନିକ କାର୍ଯ୍ୟ ସହ ଜଡ଼ିତ ଥିଲେ । ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାର ଟିକେଟ୍ ଚୟନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ମାତ୍ର ଏବେ ପ୍ରଦୀପ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ବ୍ରହ୍ମପୁରରୁ ଲଢ଼ିବାକୁ ଯାଉଛନ୍ତି । ଗଞ୍ଜାମରେ କେବଳ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ବାଦ୍ ଦେଲେ ବିଜେଡି ସଂଗଠନ ସହ ଜଡ଼ିତ ପୁରୁଣା ନେତା ନାହାନ୍ତି । ପ୍ରାୟତଃ ସମସ୍ତେ ଆମଦାନୀ ହୋଇଥିବା ନେତା । ବିକ୍ରମ ପଣ୍ଡା ଓ ଚନ୍ଦ୍ରଶେଖର ସାହୁଙ୍କ ଭଳି କଂଗ୍ରେସରୁ ଆମଦାନୀ ହୋଇଥିବା ନେତାଙ୍କ ଉପରେ ବିଜେଡି କର୍ମୀ ଓ ସଂଗଠକମାନେ ଭରସା କରିପାରୁନାହାନ୍ତି । ଯାହାର ଫାଇଦା ନେଇ ପ୍ରଦୀପ ନିଜର ସ୍ଥିତି ଜିଲ୍ଲାରେ ଦିନକୁ ଦିନ ଅଧିକ ସୁଦୃଢ଼ କରିବାରେ ସକ୍ଷମ ହେଉଛନ୍ତି 

ସେପଟେ ଗଞ୍ଜାମରେ ପ୍ରଦୀପ ଏବେ ବିଜେଡିକୁ ଅଧିକ କ୍ଷତି କରିବାରେ ଲାଗିଥିବାରୁ ତାଙ୍କୁ ଚେକ୍ ଦେବା ପାଇଁ ମାନସଙ୍କୁ ମଇଦାନକୁ ଓହ୍ଲାଇବାକୁ ବିଜେଡି ନେତୃତ୍ୱ ଚାହୁଁଥିବା ଜଣାପଡ଼ିଛି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଗୋପାଳପୁର, ଦିଗପହଣ୍ଡି, ଚିକିଟି, ଛତ୍ରପୁର ଓ ବ୍ରହ୍ମପୁର ବିଧାନସଭା ମଣ୍ଡଳୀରେ ବିଜେଡିର ଗୋଷ୍ଠୀକନ୍ଦଳ ଉଗ୍ର ଅବସ୍ଥାରେ ରହିଛି । ତା’ଛଡ଼ା ଗଜପତି ଜିଲ୍ଲାର ଅନ୍ୟ ଦୁଇ ଆସନ ମୋହନା ଓ ପାରଳାଖେମୁଣ୍ଡିରେ ବିଜେଡି ଗତଥର ନିଜର ଖାତା ବି ଖୋଲି ପାରିନଥିଲା । 

Painting
Sponsored
tension bjd | Argus News