Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉଦଳାରେ ଭୟଙ୍କର ଦୁର୍ଘଟଣା, ୩ ରାଉଣ୍ଡ ଓଲଟିଲା ପୋଲିସ ଗାଡି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଉଦଳାରେ ଭୟଙ୍କର ଦୁର୍ଘଟଣା, ୩ ରାଉଣ୍ଡ ଓଲଟିଲା ପୋଲିସ ଗାଡି

ଅର୍ଗସ ବ୍ୟୁରୋ:  ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଭୟଙ୍କର ଦୁର୍ଘଟଣା। ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ୩ ରାଉଣ୍ଡ ଓଲଟିଲା ପୋଲିସ ଗାଡି । ଫଳରେ ଗାଡି ତଳେ ଚାପି ହୋଇ ଚାଲିଯାଇଛି ହୋମଗାର୍ଡଙ୍କ ଜୀବନ । ଦୁର୍ଘଟଣାରେ ଗୁରୁତର IIC ଓ ପୋଲିସ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ଅଛି । ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ଘଟିଥିଲା ଏହି ଅଘଟଣ । ଉଦଳା ଆଇଆଇସି ବନମାଳୀ ବାରିକ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ପେଟ୍ରୋଲିଂ କରୁଥିବା ସମୟରେ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ପୋଲିସ ଗାଡିକୁ ଧକ୍କା ଦେଇଥିଲା ।

ଫଳରେ ଆଇଆଇସି ବନମାଳୀ ବାରିକ ଓ ଡ୍ରାଇଭର ଗୁରୁତର ହୋଇଥିଲେ । ଅନ୍ୟପଟେ ଗାଡି ଭିତରେ ଥିବା ହୋମଗାର୍ଡ ଲକ୍ଷ୍ମୀଧର ମହାନ୍ତ ପୋଲିସ ଗାଡ଼ି ତଳେ ଚାପି ହେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terrible accident in Udala, 3 rounds overturned police vehicle | Argus News