Videos
|
Odisha

ରଣପୁର ଜଙ୍ଗଲ ଓ ପାହାଡ଼ରେ ଭୟାବହ ନିଆଁ

Ritu Das
Browse all articles by Ritu Das
·2 years ago·1 min read
ରଣପୁର ଜଙ୍ଗଲ ଓ ପାହାଡ଼ରେ ଭୟାବହ ନିଆଁ

ଅର୍ଗସ ବ୍ୟୁରୋ: ନୟାଗଡ଼ ଜିଲ୍ଲା ରଣପୁର ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ନୟାଗଡ଼ ରଣପୁର ରାସ୍ତାର ସାନଗୋରଡ଼ା ଠାରୁ ଅସୁର କୁମାରୀ ପାହାଡ଼, ଲୁଣି ସାହି ,ଡେଙ୍ଗାଝର, ବଜ୍ରକୋଟ ଗାଁ ନିକଟରେ ଥିବା ପାହାଡ଼ରେ ହୁ ହୁ ହୋଇ ଜଳୁଛି ନିଆଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଛନକା ପଶିଛି , ଜଙ୍ଗଲ ନିଆଁ ଦ୍ଵାରା ଏକର ଏକର ଜଙ୍ଗଲରେ ବ୍ୟାପକ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଛି। 

ନିଆଁ ଏତେ ମାତ୍ରାରେ ବ୍ୟାପିଛି ଯେ ତାହାକୁ ଆୟତ୍ତ କରିବା ଜଙ୍ଗଲ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷେ ସମ୍ଭବ ନୁହେଁ, ନିଆଁ ପାହାଡ଼ ତଳୁ ଲାଗି ପାହାଡ଼ ଶିଖର ପର୍ଯ୍ୟନ୍ତ ପହଞ୍ଚି ଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। 

ଧୂଆଁମୟ ପରିବେଶ ସାଙ୍ଗକୁ ତତଲା ପବନ  ସ୍ଥାନୀୟ ଅଞ୍ଚଳରେ ଜନ  ଜୀବନକୁ ଅସ୍ତବ୍ୟସ୍ତ କରୁଛି, ଘଟଣା ସ୍ଥଳରେ ବନ ବିଭାଗ  କର୍ମଚାରୀ ଏବଂ ଅଗ୍ନିସେବା କର୍ମଚାରୀ ସହ ସ୍ଥାନୀୟ ପୋଲିସ ପହଞ୍ଚି ନିଆଁଙ୍କୁ ଆୟତ୍ତ ପାଇଁ ଉଦ୍ୟମ  କରୁଥିବା ଜଣା ପଡ଼ିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Terrible fire | Argus News