Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ଭାଉଭଉଣୀଙ୍କ ଜୀବନ

Odisha

ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ଭାଉଭଉଣୀଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·1 year ago
ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ଭାଉଭଉଣୀଙ୍କ ଜୀବନ

ଅର୍ଗସ ବ୍ୟୁରୋ:  କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବଳରାମପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ। ଏଥିରେ ଭାଇଭଉଣୀଙ୍କର ଶୋଚନୀୟଭାବେ ମୃତ୍ୟୁ ଘଟିଛି। ଘରେ ନିଆଁ ଲାଗି ଜୀବନ୍ତ ଜଳିଯାଇଛନ୍ତି ଭାଇଭଉଣୀ। ୧୧ ବର୍ଷୀୟା ଭଉଣୀ ଓ ୯ ବର୍ଷୀୟ ଭାଇର ମୃତ୍ୟୁ ହୋଇଛି। ଏହାଛଡ଼ା ଘରେ ଥିବା ବହୁତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି। ଭାଇଭଉଣୀ ଘରେ ଥିବାବେଳେ ହଠାତ ଲାଗିଯାଇଥିଲା ନିଆଁ। ନିଆଁ ଲାଗିଯିବା କାରଣରୁ ସେମାନେ ବାହାରକୁ ଆସିପାରିନଥିଲେ। ଯାହା ଫଳରେ ଜୀବନ୍ତ ଜଳିଯାଇଥିଲେ। ବାହାରକୁ ବାହାର କରିବା ବେଳକୁ ସବୁ କିଛି ସରିଯାଇଥିଲା। ଫରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Terrible fire, the lives of the siblings are gone | Argus News