Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ପୁଣି ଝାଡ଼ାବାନ୍ତି ଆତଙ୍କ  

Manini Pattanayak
Browse all articles by Manini Pattanayak
·1 year ago
କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ପୁଣି ଝାଡ଼ାବାନ୍ତି ଆତଙ୍କ  

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ପୁଣି ଝାଡ଼ାବାନ୍ତି ଆତଙ୍କ । କୋଲାର ପଞ୍ଚାୟତର ବିଭିନ୍ନ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି । କିଛିଦିନ ପୂର୍ବେ ପଲକାବସା ଗାଁରେ ଝାଡ଼ାବାନ୍ତିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏବେ ପୁଣି ଦୁଦାମଗୁଡାର ୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।

ବର୍ତ୍ତମାନ ଆକ୍ରାନ୍ତ ତିନି ଜଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେହିପରି ନିସନା ଗାଁରେ ମଧ୍ୟ କିଛି ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଘରେ ରହି ଚିକିତ୍ସିତ ହେଉଛନ୍ତି । ସେପଟେ ମେଡିକାଲ ଇନଚାର୍ଜ ବିଶ୍ବଜିତ ଭୁଆଁ ଝାଡ଼ାବାନ୍ତିରେ ଜଣକ ମୃତ୍ୟୁ ଘଟଣାକୁ ଖଣ୍ଡନ କରିଛନ୍ତି । ଦୁଦାମଗୁଡା, ପଲକାବସା ଏବଂ ନିସନା ଗାଁକୁ ମେଡିକାଲ ଟିମ୍ ପଠାଯାଇଛି ବୋଲି କହିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored