Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କଟକରେ ମାନସିକ ବିକୃତ ଯୁବକଙ୍କ ଆତଙ୍କରାଜ

Odisha

କଟକରେ ମାନସିକ ବିକୃତ ଯୁବକଙ୍କ ଆତଙ୍କରାଜ

Manini Pattanayak
Browse all articles by Manini Pattanayak
·1 year ago·1 min read
କଟକରେ ମାନସିକ ବିକୃତ ଯୁବକଙ୍କ ଆତଙ୍କରାଜ

କଟକ: କଟକରେ ମାନସିକ ବିକୃତ ଯୁବକଙ୍କ ଆତଙ୍କରାଜ। ସର୍ବ ସମ୍ମୁଖରେ ମାରଣାସ୍ତ୍ରରେ ଜଣେ ଯୁବକଙ୍କୁ କଲା ଆକ୍ରମଣ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା କଟକ ଓଡ଼ିଆ ବଜାର ଅଞ୍ଚଳରେ ଘଟିଛି। ଜଣେ ଯୁବକ ନିଜ ସ୍କୁଟିରେ ବସି ଫୋନରେ କଥା ହେଉଥିଲେ। ହେଲେ ତାଙ୍କ ନିକଟରେ ହାତରେ ମାରଣାସ୍ତ୍ର ଧରି ଛିଡା ହୋଇଥିବା ମାନସିକ ବିକୃତ ଯୁବକ ଜଣକ ସ୍କୁଟିରେ ବସିଥିବା ଯୁବକର ବେକରେ ପ୍ରଥମରେ ଶକ୍ତ ପ୍ରହାର ଦେଲା।

ସେହି ରାସ୍ତା ଦେଇ ଲୋକେ ଯାତାୟାତ କରୁଥିଲେ ସୁଧା ତା ଉପରେ କାହାରି ନଜର ପଡ଼ିନଥିଲା। ହେଲେ ଆକ୍ରମଣ ପରେ ସ୍ଥାନୀୟ ଲୋକେ ଆକ୍ରମଣକାରୀକୁ ଅଟକ ରଖି ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଇଥିଲେ। ତେବେ ଆକ୍ରମଣ କରିଥିବା ଯୁବକ ଜଣକ ମାନସିକ ବିକୃତ ବୋଲି ପୋଲିସ ସୂଚନା ଦେଇଛି।  ଆକ୍ରମଣର ଶିକାର ହୋଇଥିବା ଯୁବକର କୌଣସି ଅଧିକ କ୍ଷୟକ୍ଷତି ହୋଇନାହିଁ ବୋଲି ପୋଲିସ ସୂଚନା ଦେଇଛି। ତେବେ ଏହି ଘଟଣାରେ କେହି କାହା ବିରୋଧରେ ଏତଲା ଦେଇ ନାହାଁନ୍ତି ବୋଲି ପୋଲିସ ସୂଚନା ଦେଇଛି। ଗତ ୧୬ ତାରିଖ ଦିନ ଏହି ଘଟଣା ଘଟିଥିଲା। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terror of mentally deranged youth in Cuttack | Argus News