Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜଧାନୀର ୟୁନିଟ-୬ରୁ ଆତଙ୍କବାଦୀ ଗିରଫ: ପାକିସ୍ତାନ ସହ ଲିଙ୍କରେ ଥିଲେ ...ରଚୁଥିଲେ ବଡ଼ ଷଡ଼ଯନ୍ତ୍ର

Odisha

Terror Arrest In BBSR / ରାଜଧାନୀର ୟୁନିଟ-୬ରୁ ଆତଙ୍କବାଦୀ ଗିରଫ: ପାକିସ୍ତାନ ସହ ଲିଙ୍କରେ ଥିଲେ ...ରଚୁଥିଲେ ବଡ଼ ଷଡ଼ଯନ୍ତ୍ର

Ritu Das
Browse all articles by Ritu Das
·1 month ago·1 min read
ରାଜଧାନୀର ୟୁନିଟ-୬ରୁ ଆତଙ୍କବାଦୀ ଗିରଫ: ପାକିସ୍ତାନ ସହ ଲିଙ୍କରେ ଥିଲେ ...ରଚୁଥିଲେ ବଡ଼ ଷଡ଼ଯନ୍ତ୍ର
India

Key Points

ରାଜଧାନୀର କ୍ୟାପିଟାଲ ଥାନା ଅଞ୍ଚଳ ୟୁନିଟ୍ 6ରୁ ଜଣେ ସଂଦିଗ୍ଧ ଆତଙ୍କୀ ଗିରଫ
ପାକିସ୍ତାନ ଲିଙ୍କ ସହିତ ଦେଶଦ୍ରୋହ ମାମଲରେ ଗିରଫ କଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ
ରାଜଧାନୀରୁ ଜଣେ ଆତଙ୍କୀ ଗିରଫ । କ୍ୟାପିଟାଲ ଥାନା ଅଞ୍ଚଳରେ ୟୁନିଟ୍ 6 ରେ ଜଣେ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଗିରଫ କରିଛି I ପାକିସ୍ତାନ ଲିଙ୍କ ସହିତ ଦେଶଦ୍ରୋହ ମାମଲରେ ତାକୁ ଉଠାଇଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ I କିଛି ଦିନ ଧରି ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତା ଲିଙ୍କ ଯୁବକ ଜଣକ ମିଳିବା ପରେ ଦିଲ୍ଲୀ ସେଶାଲ୍ ବ୍ରାଞ୍ଚ ରାତି ଅଧରେ ଯୁବକକୁ ଗିରଫ କରି ଭୁବନେଶ୍ଵର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିବା ପରେ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଦିଲ୍ଲୀ ନେଲା ପୋଲିସ । ସେତେବଳେ ଏହି ଆତଙ୍କବାଦୀର ହାତ ଥାଇପାରେ ବୋଲି କୁହାଯାଉଛି। ତେବେ ଭୁବନେଶ୍ବରରେ କିଛି ବଡ଼ ଧରଣର ଦୁର୍ଘଟଣା ନ ଘଟିଥାନ୍ତା ବୋଲି ମଧ୍ୟ କେହି ଏଡ଼ାଇ ପାରିବେନି। 

ଏହାସହ ପଢ଼ନ୍ତୁ: ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାରେ ଚାଞ୍ଚଲ୍ୟ, ଘଟଣାସ୍ଥଳରୁ ଜବତ ହେଲା RDX

ଦିଲ୍ଲୀ ଲାଲ୍‌କିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ଉଠାଇ ନେଇଥିବା ସୂଚନା ମିଳିଛି । ଯୁବକ ଜଣକ ଘର କଟକରେ ହୋଇଥିବା ସୂଚନା । ଯୁବକ ଜଣକ କିଛି ମାସ ହେବ ୟୁନିଟ୍ 6 ଅଞ୍ଚଳର ଏକ ବସ୍ତିରେ ଘରଭଡ଼ା ନେଇ ରହୁଥିଲା । ସେଠାରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ଉତ୍ତେଜକ ସ୍ଲୋଗାନମାନ ପୋଷ୍ଟ କରୁଥିଲା । କିଛି ଦିନ ତଳେ ସୁନ୍ଦରପଦାରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ସେହି ମାମଲାରେ NIA ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି। 



ଏହା ବାବଦରେ ଯୁବକ ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସୁଥିଲା। ଏହି ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ପାକିସ୍ଥାନ ର ବିଭିନ୍ନ ସଙ୍ଗଠନ ସହିତ ଜଡିତ ଥିଲେ ତାକୁ ନେଇ ତଦନ୍ତ କରିଛି ସ୍ପେଶାଲ ବ୍ରାଞ୍ଚ I


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Terror Suspect Arrested Unit 6 Pakistan Link Major Plot | Argus News