ଆତଙ୍କବାଦ-ସାଇବର କ୍ରାଇମ ନା ଇଣ୍ଟରନ୍ୟାସନାଲ୍ ଡ୍ରଗ୍ସ ରାକେଟ୍

- ଆତଙ୍କବାଦ-ସାଇବର କ୍ରାଇମ ନା ଇଣ୍ଟରନ୍ୟାସନାଲ୍ ଡ୍ରଗ୍ସ ରାକେଟ୍
- ଖୋଲୁଛି ସିମବକ୍ସର ଦେଶ-ବିରୋଧୀ ଗୁମର
- ଭୁବନେଶ୍ବର-କଟକ ପରେ ଝାଡଖଣ୍ଡ
- ରାଜୁ ମଣ୍ଡଳ ଓ ଆସାଦ୍ଦୁରର ବସ୍ କିଏ ତାକୁ ନେଇ ତନାଘନା
- ଝାଡଖଣ୍ଡ ଗଲା ଓଡ଼ିଶା ପୋଲିସର ସ୍ପେଶାଲ୍ ଟିମ୍
- ସହାୟତା ପାଇଁ ଇଣ୍ଟରପୋଲକୁ ଚିଠି
- ସିମ୍ ବକ୍ସ ମାଧ୍ୟମରେ ବଡ଼ ଆତଙ୍କୀ ଷଡଯନ୍ତ୍ର କି
- 12 ସିମ୍ ବକ୍ସ, ଆକଟିଭ୍ ସିମ୍-481, ଏକ୍ସଟ୍ରା ସିମ୍-810
ଅର୍ଗସ ବ୍ୟୁରୋ: କଟକ-ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଝାଡଖଣ୍ଡରେ ରହିଛି ଆଉ କିଛି ସିମ୍-ବକ୍ସ । ରିମାଣ୍ଡରେ ରାଜୁ ମଣ୍ଡଳକୁ ପଚରା ଉଚୁରା ପରେ ଅନେକ ତଥ୍ୟ ଆସିଛି ସାମ୍ନାକୁ । ରେଡ୍ ପାଇଁ ଝାଡଖଣ୍ଡ ଯାଇଛି ଓଡ଼ିଶା ପୋଲିସର ସ୍ବତନ୍ତ୍ର ଟିମ୍ । ପଶ୍ଚିମବଙ୍ଗର ରାଜୁମଣ୍ଡଳ ବସରେ ବସିରହାଟ ଦେଇ ବାଂଲାଦେଶ ଯାଉଥିଲା ବେପାର କରିବା ପାଇଁ । ସେଠି ତାର ପରିଚୟ ହୋଇଥିଲା ଆସାଦ୍ଦୁର ସହିତ। ପରେ ସେମାନେ ପ୍ଲାନ କରିଥିଲେ ଓଡ଼ିଶାରେ ସିମ୍ କାରବାର କରିବେ। ପରେ ଆସାଦ୍ଦୁର ଓଡ଼ିଶା ଆସି ଭୁବନେଶ୍ୱର-କଟକରେ ସିମ୍ ବକ୍ସ ସେଟ୍ କରିଥିଲା। ହାୱାଲା ମାଧ୍ୟମରେ ରାଜୁଙ୍କୁ କରୁଥିଲା ପେମେଣ୍ଟ।
ସିମ୍ ବକ୍ସ ମାଧ୍ୟମରେ ହେଉଥିଲା ଇଣ୍ଟରନ୍ୟାସନାଲ୍ କଲ୍। ଖାସ୍ କରି ଚୀନ୍-ପାକିସ୍ତାନ ଓ ମିଡଲଇଷ୍ଟରୁ ଆସୁଥିଲା କଲ୍। କିନ୍ତୁ ସିମ୍ ବକ୍ସ ବ୍ୟବହାର ହେଉଥିବାରୁ ବାହାରୁ କଲ୍ ଆସୁଥିଲା ବୋଲି ଜଣାପଡୁ ନଥିଲା। ଯାହାକୁ ନେଇ ସନ୍ଦେହ ବଢୁଛି। ଆତଙ୍କବାଦୀ ମାନେ ସିମ୍ ବକ୍ସ ବ୍ୟବହାର କରନ୍ତି । ସ୍ଲିପର ସେଲ୍, ଭାରତ ବିରୋଧୀ ପ୍ରଚାର, ହନି ଟ୍ରାପ ପାଇଁ ବି ବ୍ୟବହାର ହୁଏ। ସେହିଭଳି ସାଇବର କ୍ରାଇମ ଓ ଡ୍ରଗସ କାରବାରରେ ବି ସିମ୍ ବକ୍ସର ବ୍ୟବହାର କରାଯାଏ। ଏଇ ସବୁ ଦିଗରେ ତଦନ୍ତ କରୁଛି ପୋଲିସ।
ବିଭିନ୍ନ ସମୟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଭାରତ ବିରୋଧରେ ଡିଜିଟାଲ୍ ଜିହାଦ ଚଳାଇଥିବାର ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏମିତି କି ମୋଷ୍ଟ ୱାଣ୍ଟେଡ୍ ଟେରରିଷ୍ଟ ହାପିଜ୍ ସୟିଦ ଆଇଏସଆଇ ଏଜେଣ୍ଟଙ୍କୁ ଡିଜିଟାଲ୍ ଜିହାଦର ତାଲିମ ଦେଉଥିବା ଖବର ଆସିଛି। ସିମ ବକ୍ସ ଡିଜିଟାଲ୍ ଜିହାଦର ପାର୍ଟ କି।
📱 Get Argus News App
✨ଅନ୍ୟପଟେ ଆଜି ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥିତ ଲିଙ୍ଗରାଜ ହୋଟେଲରେ ପହଞ୍ଚି ଛାନଭିନ୍ କରିଛି ପୋଲିସ। ଓଡ଼ିଶା ଆସିଲେ ଏହି ହୋଟେଲରେ ରହୁଥିଲା ସିମ ବକ୍ସ ରାକେଟର ମାଷ୍ଟରମାଇଣ୍ଡ ଆସାଦ୍ଦୁର ଜମାନ। ତେଣୁ କିଛି ସୂରାକ୍ ମିଳିବା ଆଶାରେ ଆଜି ଏହି ହୋଟେଲରେ ଚଢ଼ାଉ କରିଛି କମିଶନରେଟ ପୋଲିସ। ହୋଟେଲର ରେଜିଷ୍ଟ୍ରାର୍ ସମେତ ସିସିଟିଭି ଯାଞ୍ଚ କରାଯାଇଛି । ବିଭିନ୍ନ ସମୟରେ ଓଡ଼ିଶା ହୋଇଛି ଆତଙ୍କବାଦୀଙ୍କ ପାଇଁ ନିରାପଦ ଆଶ୍ରୟସ୍ଥଳ। ସିମିର 5 ଆତଙ୍କବାଦୀ, ଅବଦୁର ରେହମାନ୍, ସୟଦ ଅନସାରୀ, ଗୁଡ୍ଡୁ ମୁସଲିମଙ୍କ ଭଳି ଅନେକ ନାଁ ଆସିଛି ସାମ୍ନାକୁ। ଏବେ ସିମ ବକ୍ସ ଷଡଯନ୍ତ୍ର ପଛରେ କିଏ ତା ପାଖରେ ପହଞ୍ଚିବା କମିଶନରେଟ୍ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: