"କଂଗ୍ରେସର ନୀତି ପାଇଁ ଜାମ୍ମୁ କାଶ୍ମୀରରେ ବଢିଥିଲା ଆତଙ୍କବାଦ"- ପ୍ରଧାନମନ୍ତ୍ରୀ ମୋଦି

କନ୍ଧମାଳ : କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କଂଗ୍ରେସ ବାରମ୍ବାର ଆମ ଦେଶକୁ ଡରାଇବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସର ନୀତି ପାଇଁ ଜାମ୍ମୁ କାଶ୍ମୀରରେ ବଢିଥିଲା ଆତଙ୍କବାଦ । ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି କହି ଡରାଇବାକୁ ଚେଷ୍ଟା କରିଥିଲା କଂଗ୍ରେସ । ଏବେ ପରିସ୍ଥିତି ସେଠାରେ ଏତେ ଶୋଚନାୟ ହେଲାଣି ଯେ ସେ ବୋମା ବିକିବାକୁ ବସିଲେଣି । ସେଠାରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ କଣ ତାହା ପୁରା ବିଶ୍ବ ଜାଣିଛି । କଂଗ୍ରେସ କେବଳ ଲିଖିତ ଭାଷଣ ପଢିବାରେ ବ୍ୟସ୍ତ ରହୁଛି । କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, କଂଗ୍ରେସ ନେତା ଜାଣିରଖ ଏଥର ବିଜେପି ଚାର ଶୋ' ପାର କରିବାକୁ ଯାଉଛି । ଏପରି କହି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ : ଫୁଲବାଣୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଏଥିସହ ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ଆସିବ ବୋଲି ଦମ୍ଭୋକ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଓଡିଶାବାସୀଙ୍କର ଗୋଟିଏ ଗୋଟିଏ ଭୋଟ ମୂଲ୍ୟବାନ । ଓଡିଶାରେ ବିକାଶ ପାଇଁ ବିଜେପି ସରକାର ଆଶିବା ନିହାତି ଦରକାର ।