Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୦ରେ ସପ୍ତଦଶ ବିଧାନସଭା ଦେଖିବ ନୂଆ ବାଚସ୍ପତି

Ritu Das
Browse all articles by Ritu Das
·2 years ago·1 min read
୨୦ରେ ସପ୍ତଦଶ ବିଧାନସଭା ଦେଖିବ ନୂଆ ବାଚସ୍ପତି

ଅର୍ଗସ ବ୍ୟୁରୋ: ସପ୍ତଦଶ ବିଧାନସଭାର ପ୍ରୋ-ଟମ ବା କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି ରଣେନ୍ଦ୍ର । 
ନବ ନିର୍ବାଚିତ ବିଧାୟକ ମାନଙ୍କୁ ଶପଥ ପାଠ କରାଇବେ ପ୍ରୋ-ଟମ ସ୍ପିକର ବା କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆସନ୍ତା ୧୮ ଓ ୧୯ ରେ ବିଧାନସଭାରେ ପଦ ଓ ଗୋପନୀୟତାର ଶପଥ ନେବେ ସମସ୍ତ ନବ ନିର୍ବାଚିତ ବିଧାୟକ । ସେହିପରି ୨୦ ରେ ହେବ ବାଚସ୍ପତି ନିର୍ବାଚନ । ସପ୍ତଦଶ ବିଧାନସଭାର ନୂଆ ବାଚସ୍ପତି ତାଙ୍କ ଦାୟିତ୍ୱ ନେବେ । 

ବାଚସ୍ପତି ନିର୍ବାଚନ ପରେ ଚଳିତ ମାସ ଶେଷ ଆଡ଼କୁ ବସିବ ବିଧାନସଭା । ଏଥିପାଇଁ ଗତକାଲି ସଂସଦୀୟ ବ୍ୟାପାର ସଚିବ ଏବଂ ବିଧାନସଭା ସଚିବ ଙ୍କୁ ଡାକି ବିସ୍ତୃତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The 17th Legislative | Argus News