Videos
|
Odisha

୨୪ ବର୍ଷର ବିଜେଡି ସରକାରରେ ଚରମ ସୀମାରେ ଥିଲା ଦାଦନ ଦୁଃଖ

Ritu Das
Browse all articles by Ritu Das
·2 years ago·2 min read
୨୪ ବର୍ଷର ବିଜେଡି ସରକାରରେ ଚରମ ସୀମାରେ ଥିଲା ଦାଦନ ଦୁଃଖ

ଅର୍ଗସ ବ୍ୟୁରୋ: ପାଞ୍ଚ ବର୍ଷ ଭିତରେ ଓଡ଼ିଶାରୁ ଦାଦନ ସମସ୍ୟାର ମୂଳପୋଛ ପାଇଁ ଯୋଜନା କରିଛନ୍ତି ମୋହନ ସରକାର । ମନରେଗା ଜରିଆରେ ଗ୍ରାମାଞ୍ଚଳରେ 300 ଦିନ କାମ ଯୋଗାଇ ଦେବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । ପ୍ରଥମ ପର୍ଯ୍ୟାୟରେ 30ଟି ଦାଦନ ପ୍ରବଣ ବ୍ଲକ୍ ଚିହ୍ନଟ ହେବ। ବ୍ଲକ୍ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଗଠନ କରିଛନ୍ତି ରିସର୍ଚ୍ଚ ଟିମ୍ ।

ପଂଚାୟତିରାଜ ମନ୍ତ୍ରୀ କହିଛନ୍ତି, ଲୋକେ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି, ରିସର୍ଚ୍ଚ ଟିମ୍ ଗାଁ ଗାଁ ବୁଲି ଅନୁଧ୍ୟାନ କରିବ । ସମସ୍ୟାର କାରଣ ଓ ନିରାକାରଣ ନେଇ ସରକାରଙ୍କୁ ଦେବ ରିପୋର୍ଟ । ଯାହାକୁ ଭିତ୍ତି କରି ପାଞ୍ଚ ବର୍ଷ ଭିତରେ ଓଡ଼ିଶାକୁ ଦାଦନ ମୁକ୍ତ କରାଯିବ। 
ଓଡ଼ିଶାରେ କେତେ ଉତ୍କଟ ଦାଦନ ସମସ୍ୟା। ପେଟ ପାଇଁ ବାହାର ରାଜ୍ୟକୁ ଯାଇ କେମିତି ଯନ୍ତ୍ରଣା ଭୋଗୁଛନ୍ତି ଓଡ଼ିଆ, ରାଜ୍ୟର କୋଣ ଅନୁକୋଣରୁ ଲଗାତାର ଏହାର ଚିତ୍ର ସାମ୍ନାକୁ ଆଣିଛି ଅର୍ଗସ୍। 

ନବୀନ ପଟ୍ଟନାୟକଙ୍କ 24 ବର୍ଷର ଶାସନରେ ତ ତାଙ୍କ ନିଜ ଜିଲ୍ଲା ଗଞ୍ଜାମ ତ ପାଲଟିଲା ଦାଦନ ଗଡ଼ । ଆଉ ଏହି କାରଣରୁ ବିଜେଡି ବିପର୍ଯ୍ୟୟର ପେଣ୍ଠସ୍ଥଳୀ ପାଲଟିଲା ଗଞ୍ଜାମ । ଏଥର ହିଞ୍ଜିଳିରୁ ମାତ୍ର ୪ ହଜାର ଭୋଟ୍‌ରେ ହାରୁ ହାରୁ ଜିତିଥିଲେ ନବୀନ । ଅନ୍ୟପଟେ ଗଞ୍ଜାମରୁ ଯାଉଥିବା ଶ୍ରମିକ ହିଁ ପାଲଟିଛନ୍ତି ଗୁଜରାଟ ସୁରଟ ସୂତାଶିଳ୍ପର ମେରୁଦଣ୍ଡ । ଓଡ଼ିଶାରେ ସୂତାକଳ ହେଲେ ୧୦ ଲକ୍ଷ ଓଡ଼ିଆ ପାଇବେ ରୋଜଗାର । ଆଉ ଏହି 10 ଲକ୍ଷ ନିଯୁକ୍ତି ବଦଳାଇଦେବ ଓଡ଼ିଶାର ଅର୍ଥନୀତି। 

ପୁଣି 24 ମହାଲଢ଼େଇରେ ନବୀନ ନିର୍ବାଚନ ଲଢ଼ିଥିବା କଣ୍ଟାବାଞ୍ଜିର ସ୍ଥିତି ବିଜେଡି ସରକାରର ବିଫଳତା ଓ ଅପାରଗତାର ପ୍ରମାଣ। ଗ୍ରାଉଣ୍ଡ ଜିରୋର ସତ ହେଲା, ଲୋକଙ୍କୁ କାମ ମିଳୁନି । ମନରେଗା ଯୋଜନାରେ କାମ ମିଳିବା ଖାଲି ଥିଲା ପ୍ରତିଶ୍ରୁତି । ଏବେ ମନରେଗାକୁ ସଠିକ୍ ଭାବେ କାର୍ଯ୍ୟକାରୀ ସହ ନୂଆ ରୋଜଗାର ସୃଷ୍ଟି ମୋହନ ସରକାରଙ୍କ ପ୍ରାଥମିକତା।  ୫ ବର୍ଷରେ ଏହା ସଫଳ ହେଲେ ଗେମ୍ ଚେଞ୍ଜର ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦଶକ ଦଶକ ଧରି ଦାଦନ ସମସ୍ୟାରେ ଜର୍ଜରିତ ଓଡ଼ିଶା। ବିଧାନସଭା ତଥ୍ୟ ଅନୁସାରେ ଗତ ୫ ବର୍ଷରେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ୧୯୭ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ବିଦେଶରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି ୩୧ ଓଡ଼ିଆ ଶ୍ରମିକ। ସେହି ୩୧ ଜଣଙ୍କ ମଧ୍ୟରୁ କେବଳ ୮ ଜଣଙ୍କର ମରଶରୀର ଫେରିପାରିଛି । ମୋହନ ସରକାର ଶପଥ ନେବାର ଦୁଇ ମାସ ଭିତରେ ଦାଦନ ସମସ୍ୟା ଦୂର ପାଇଁ ଅଣ୍ଟା ଭିଡ଼ିବା ସୃଷ୍ଟି କରିଛି ନୂଆ ଆଶା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର