Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

24 ବର୍ଷର  ଅହଂଙ୍କାରକୁ ଲୋକେ ଉପାଡି ଫିଙ୍ଗିଲେ

Banajyotshna Ray
Browse all articles by Banajyotshna Ray
·1 year ago·1 min read
24 ବର୍ଷର  ଅହଂଙ୍କାରକୁ ଲୋକେ ଉପାଡି ଫିଙ୍ଗିଲେ

Key Points

  • ଜନାଦେଶ କହିଲା ବିରୋଧୀ ଦଳରେ ବସିବ ବିଜେଡି
  •  24 ବର୍ଷର  ଅହଂଙ୍କାରକୁ ଲୋକେ ଉପାଡି ଫିଙ୍ଗିଲେ
  • ହେଲେ ଏବେ କଂଗ୍ରେସ ସହ ମିଶି ପୁଣି ସରକାର ଗଢିବ କହୁଛି ବିଜେଡି
  • ବିଜେଡିର ଏହି ପ୍ଲାନର  ଖୁଲାସା କଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ
  • କୁଜଙ୍ଗରେ ଦଳର କର୍ମୀ ଓ ନେତାଙ୍କୁ କହିଲେ ଦେବାଶିଷ
  • ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ନବୀନଙ୍କୁ କହିଛନ୍ତି ଦେବାଶିଷ
  • ନବୀନଙ୍କ ପାଖରେ ଥିଲେ ପାଣ୍ଡିଆନ

ଅର୍ଗସ ବ୍ୟୁରୋ:  କୁଜଙ୍ଗରେ  ପ୍ରତିବାଦ ସଭା କରୁଥିଲା ବିଜେଡି.. ମଂଚରେ ଦେବାଶିଷ ସାମନ୍ତରାୟଙ୍କ ସହ ଥିଲେ ଅନେକ ଆଗଧାଡିର ନେତା...  କର୍ମୀଙ୍କୁ ବିରୋଧୀ ଦଳର ଭୂମିକା କଥା ବୁଝାଇବା ବେଳେ ନିଜ ଦଳର ନେତାଙ୍କ ଭିତରେ ଥିବା ବିରୋଧାଭାସର କଥା ବି କହିଲେ..ତେବେ କଂଗ୍ରେସ ସହ ମିଶି ସରକାର ଗଢିବାର ପ୍ଲାନ ବି କହୁ କହୁ କହିଦେଲେ...  ପାଣ୍ଡିଆନଙ୍କ ଉପସ୍ଥିତିରେ ନବୀନଙ୍କୁ ଭେଟି  ଏକଥା ଜଣାଇଛନ୍ତି ଦେବାଶିଷ। ବିଜେଡିର ସରକାର କରିବା ପ୍ଲାନକୁ ନେଇ ବିଜେପି କହିଛି ଦିନରେ ଦିବା ସ୍ବପ୍ନ ଦେଖୁଛନ୍ତି ଦେବାଶିଷ ।

24 ବର୍ଷର ଶାସନକୁ ଉପାଡି ଫିଙ୍ଗିଲେ ଜନତା । ରାଜନୈତିକ ସମୀକ୍ଷକଙ୍କ କହିବା କଥା କ୍ଷମତା ଯିବା ପରେ ବି  ବିଜେଡି ନେତାଙ୍କ ଅହଂଙ୍କାର କିନ୍ତୁ ଯାଇନି.. ବିଜେଡିର 2 ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ଦଳ ଛାଡି ବିଜେପିରେ ସାମିଲ ହେବା  ପରେ ଆହୁରି ଅନେକ ନେତା ପଦ୍ମ ଧରିପାରନ୍ତି ବୋଲି ଆକଳନ କରୁଛନ୍ତି ସମୀକ୍ଷକ। ନିର୍ବାଚନ ପୂର୍ବରୁ ଓଡ଼ିଶାରେ ପ୍ରଚାର କଲା ବେଳେ ମୋଦି କହିଥିଲେ 6 ମାସରେ ଭୁଷିଡିବ ବିଜେଡି.. ଏବେ ନଜର ଶଙ୍ଖ ଦୁର୍ଗର ପତନ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ସହ ମିଶି କେମିତି ସରକାର ଗଢୁଛି ବିଜେଡି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The 24-year-old's pride was blown away | Argus News