Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାଙ୍ଗିବ ଜନତା ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା 25 ବର୍ଷର ପ୍ରାଚୀର

Odisha

ଭାଙ୍ଗିବ ଜନତା ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା 25 ବର୍ଷର ପ୍ରାଚୀର

Manini Pattanayak
Browse all articles by Manini Pattanayak
·1 year ago·2 min read
ଭାଙ୍ଗିବ ଜନତା ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା 25 ବର୍ଷର ପ୍ରାଚୀର

ଭୁବନେଶ୍ୱର:  ଭାଙ୍ଗିବ ଜନତା ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା 25 ବର୍ଷର ପ୍ରାଚୀର । ଏଣିକି ପ୍ରତିଦିନ ଦୁଇ ଘଣ୍ଟା ଲାଗିବ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର । ଦାୟିତ୍ବ ନେବା ପରଠାରୁ ଲକ୍ଷାଧିକ ଲୋକଙ୍କୁ ଭେଟି ଜିତିସାରିଛନ୍ତି ହୃଦୟ । ମୋହନ ମାଝି ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପାଇଛନ୍ତି ପରିଚୟ।  ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ହିଁ ଲୋକଙ୍କ ହୃଦୟରେ ରାଜ୍ କରିସାରିଥିଲେ। ଦାୟିତ୍ବ ନେବା ପରଠୁ ଲକ୍ଷାଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଭେଟି ସେମାନଙ୍କୁ ସମସ୍ୟା ଶୁଣି ପିପୁଲ୍ସ ସିଏମ୍ ବା ଲୋକଙ୍କ ମୁଖ୍ୟମନ୍ତ୍ରୀର ଆଖ୍ୟା ପାଇଥିଲେ। ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ଲାଗି ଏବେ ଆଉ ଏକ ବଡ଼ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଣିତି ପ୍ରତିଦିନ ଅପରାହ୍ନ 3ଟାରୁ 5ଟା ଯାଏ ଦୁଇଘଣ୍ଟା ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟ ଅତିଥୀ ଭବନ କାର୍ଯ୍ୟଳୟରେ ହେବ ଏହି ଅଭିଯୋଗ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଲୋକପ୍ରିୟ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ରାଜ୍ୟବାସୀ। 

 ଗତ 25 ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତ ଦୂରର କଥା ଦେଖିବା ମଧ୍ୟ ଅସମ୍ଭବ ଥିଲା। କେବଳ ଟିଭି ପରଦାରେ ନିଜ ମୁଖ୍ୟମନ୍ତ୍ରୀଙ୍କୁ ଦେଖୁଥିଲେ ରାଜ୍ୟବାସୀ। କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ କୃତ୍ୟକୃତ୍ୟ ସାଧାରଣ ଜନତା। ଶାସନ ବ୍ୟବସ୍ଥା ଉପରୁ ତୁଟିଥିବା ଭରସା ପୁଣି ଜାଗିଉଠିଛି ଲୋକଙ୍କ ଭିତରେ।  ଯେଉଁ ଦୃଶ୍ୟ ଦେଖିବାକୁ ପ୍ରତିଟି ଓଡ଼ିଆ ଦୀର୍ଘବର୍ଷ ଧରି ଅପେକ୍ଷା କରିଥିଲେ, ଆଜି ସେହି ସ୍ବପ୍ନ ପୂରଣ ହେବା ଭଳି ଲାଗୁଛି। ଯେପରିକି ଦିବ୍ୟାଙ୍ଗ କମ୍ପ୍ୟୁଟର ଶିକ୍ଷକ ଅର୍ଜୁନ ନାୟକ ନିଜ ଆଖିକୁ ବିଶ୍ବାସ କରିପାରିନଥିଲେ ଯେତେବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ସାନ୍ତ୍ବନା ଦେବାସହ ନିଜ ହାତରେ ପାଣି ପିଆଇ ଦେଇଥିଲେ।   ଗୋଟେପଟେ ବାବୁଗିରିର ବଦନାମ ଦୁନିଆ ଭିତରେ ନିଜକୁ ହଜେଇ ଦେଇଥିବା, ବାରମ୍ବାର ସେମାନଙ୍କ ଦ୍ବାରା ଅପମାନିତ ହେଉଥିବା ମୁଖିଆ । ଆଉ ଗୋଟିଏ ପଟେ ଏବେ ଏବେ 10 ଦିନ ଆଗରୁ ଶପଥ ନେଇଥିବା ସିଏମ୍ । ଆପଣ ନିଜେ ବିଚାର କରନ୍ତୁ । ପ୍ରକୃତ ପକ୍ଷରେ କିଏ ଲୋକଙ୍କ ମୁଖ୍ୟମନ୍ତ୍ରୀ ବା ପିପୁଲ୍ସ ସିଏମ୍। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The 25-year-old wall between the people and the Chief Minister will be broken | Argus News