Videos
|
Odisha

ଆଥଲେଟିକ ଆସୋସିଏସନ ପକ୍ଷରୁ 50ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଥଲେଟିକ ଆସୋସିଏସନ ପକ୍ଷରୁ  50ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଯାଜପୁର :  ବୈତରଣୀ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ 50ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରର 8ଟି ଦଳ ଭାଗ ନେଇଥିଲେ l 21 ତାରିଖରୁ 28ତାରିଖ ପର୍ଯ୍ୟନ୍ତ 8ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା l ଏହି ଟୁର୍ଣ୍ଣାମେଣ୍ଟରେ କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାର ହଜାର ହଜାର ଦର୍ଶକ ପ୍ରତ୍ୟେକ ଦିନ ଏହି ଖେଳକୁ ଉପଭୋଗ କରିଥିଲେ l

ଅଧିକ ପଢନ୍ତୁ : ପ୍ରଥମ ଟେଷ୍ଟ: ଭାରତ ବିପକ୍ଷରେ ୨୮ ରନ୍‌ରେ ଇଂଲଣ୍ଡ ବିଜୟୀ

ଫାଇନାଲ ମ୍ୟାଚରେ ଏଲ ଆର ଏକାଡେମୀ ପଶ୍ଚିମ ମେଦିନପୁର ଓ ଚାନ୍ଦକ୍ଲବ କେନ୍ଦ୍ରାପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚରେ ଚାନ୍ଦକ୍ଲବ କେନ୍ଦ୍ରାପଡ଼ା ଏଲ ଆର ଏକାଡେମୀକୁ ଦୁଇଟି ଗୋଲ ଦେଇଥିଲେ l ଚାନ୍ଦକ୍ଲବ ଫାଇନାଲ ବିଜେତା ହୋଇଥିବା ବେଳେ ଏଲ ଆର ଏକାଡେମୀ ରନରର୍ସ ଅପ ହୋଇଥିଲେ l ଶେଷରେ ଅତିଥିମାନେ ଉଭୟ ଦଳକୁ ଟ୍ରଫି ପ୍ରଦାନ ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ l
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The 50th All India Football Tournament was organized by the Athletic Association | Argus News