ମୁକ୍ତାକାଶ ରଙ୍ଗମଞ୍ଚରେ ୫୬ତମ କୁମାର ଉତ୍ସବ ଉଦଯାପିତ, ଶେଷ ସଂନ୍ଧ୍ୟାରେ ଝୁମିଲେ ଦର୍ଶକ

ଅର୍ଗସ ବ୍ୟୁରୋ : ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ୩ ଦିନ ଧରି ଚାଲିଥିବା ୫୬ତମ କୁମାର ଉତ୍ସବ ଉଦଯାପିତ ହୋଇଛି । ଶେଷ ସଂନ୍ଧ୍ୟାରେ ଦର୍ଶକଙ୍କୁ ନଚାଇଛନ୍ତି ବଲିଉଡ୍ କଣ୍ଠଶିଳ୍ପୀ ବିନୋଦ ରାଠୋର । ବିନୋଦଙ୍କ ଗୋଟିଏ ପରେ ଗୋଟିଏ ହିଟ୍ ଗୀତର ତାଳେତାଳେ ଦର୍ଶକ ତଥା ଯୁବ ଗୋଷ୍ଠୀକୁ ଝୁମିବା ସହ ନାଚିଥିଲେ । ନାୟକ ନେହିଁ ଖଳନାୟକ ହୁଁ ମେ, ମୁନା ଭାଇ ଏମବିବିଏସ୍, ମୋ ଆଗରେ ଅଛି ଜଗା, ବାଳୁଙ୍ଗା ଟୋକା, ଛୁପାନା ଭି ନେହିଁ ଆତା, କୋଇନା କୋଇ ଚାହିୟେ ପ୍ୟାର କରନେ ଓ୍ବାଲା ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରାଇଥିଲେ ବିନୋଦ୍ ରାଠୋର ।
ସେପଟେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ବିନୋଦ୍ ରାଠୋଡଙ୍କ ସହ ଗୀତ ଗାଇ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲେ । ତାଙ୍କ ସହ ସ୍ୱର୍ଗତଃ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି ।
ଜୟ ଜଗନ୍ନାଥରୁ ନିଜର ଭାଷଣ ଆରମ୍ଭ କରିଥିବା ବେଳେ ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ର ଖଳନାୟକର ନାୟକ ନେହିଁ ଖଳନାୟକ ହୁ ମେ ଗୀତ ବୋଲି ଶୀତୁଆ ସଂଧ୍ୟାକୁ ବେଶ୍ ରୋମାଣ୍ଟିକ କରିଥିଲେ ବିନୋଦ୍ । ଅନ୍ୟପଟେ ବଲିଉଡ ସିଙ୍ଗର୍ ଶନି ଓ ଚାନ୍ଦିନି ଗୋଟିଏ ପରେ ଗୋଟିଏ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ମତୁଆଲା କରିଥିଲେ । ଏହି ସିତୁଆ ସଂନ୍ଧ୍ୟାରେ ଓଲିଉଡ଼ର ଅଭିନେତା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଯୋଗଦାନ କରିଥିଲେ । ତିନିଦିନ ବ୍ୟାପି କୁମାର ଉତ୍ସବ ଅନୁଷ୍ଠାନ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ଅନେକ ପ୍ରତିଯୋଗି ଓ ସୁନାମଧନ୍ୟ ବ୍ୟକ୍ତିଙ୍କୁ ଅତିଥି ମାନଙ୍କ ତରଫରୁ ସମ୍ମାନିତ କରାଯାଇଥିଲା ।
)