Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓୟୁଏଟିରେ  ୫୮ ତମ ମହାବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

Odisha

ଓୟୁଏଟିରେ  ୫୮ ତମ ମହାବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଓୟୁଏଟିରେ  ୫୮ ତମ ମହାବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟର ସାଇନ୍ସ କମିଟି ଦ୍ଵାରା  ଆଜି ୫୮ ତମ ମହାବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।  ମହାବିଦ୍ୟାଳୟର ସାଇନ୍ସ କମିଟି ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ନିର୍ଦ୍ଦେଶିକା ଡଃ.ନନ୍ଦିତା ସ୍ୱାଇଁ  କାର୍ଯ୍ୟକ୍ରମ ଯୋଗ ଦେଇ ବିଜ୍ଞାନ ପ୍ରଦର୍ଶନୀ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନରେ ରୁଚି ସହିତ ନିଜର ଅନ୍ତର୍ନିହିତ ଗୁଣାବଳୀ ର  ପରିପ୍ରକାଶ ହୋଇପାରୁଛି ବୋଲି କହିଥିଲେ l ସମାଜରେ ଘଟୁଥିବା  ଅନେକ ସମସ୍ୟାର ସମାଧାନ ଦିଗରେ ବିଦ୍ୟାର୍ଥି ମାନଙ୍କ ଚିନ୍ତାଧାରା ଅନେକଙ୍କୁ ପ୍ରେରଣା ଯୋଗାଇ ଥାଏ ବୋଲି କହିଥିଲେ l

ମହାବିଦ୍ୟାଳୟ ପରିସର ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦ ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ୬୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ସହିତ ୩୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ସିଫା ର ପ୍ରଧାନ ବୈଜ୍ଞାନିକ ଡଃ. ପ୍ରିୟବ୍ରତ ସ୍ୱାଇଁ ଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର  ପ୍ରଫେସର୍ ଡଃ. ବାସୁଦେବ କର ଦ୍ବାରା  ଶ୍ରେଷ୍ଠ ପ୍ରତିଯୋଗୀ ପୁରସ୍କୃତ ହୋଇଥିଲେl ମହାବିଦ୍ୟାଳୟର ସାଇନ୍ସ କମିଟି ର ଉପସଭାପତି ଡକ୍ଟର ରୋଜାଲିନ ପଟ୍ଟନାୟକ ବିଚାରକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଙ୍କ ସଫଳ ମାର୍ଗଦର୍ଶନ ଓ ପ୍ରୋତ୍ସାହନ ଫଳରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଥିଲା ବୋଲି କହିଥିଲେl ଏଥି ସହିତ ଛାତ୍ରଛାତ୍ରୀମାନଙ୍କ ଯୋଗଦାନ ବିଜ୍ଞାନ ପ୍ରଦର୍ଶନୀ ସଫଳ ହୋଇପାରିଛି ବୋଲି କହିଥିଲେ l ସାଇନ୍ସ କମିଟି ର ଅଧକ୍ଷ ବିଭୁ ରଞ୍ଜନ ସ୍ବାଇଁ ,ସହ ଅଧ୍ୟକ୍ଷ  ଶୁଭମ୍ ବେହେରା ଓ ଇନ୍ ଚାର୍ଜ ବିଶ୍ୱଜିତ ବଳିୟାରସିଂହ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସଫଳ ଭୂମିକା ଗ୍ରହଣ କରିଥିଲେ l 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The 58th College Level Science Fair was held at OUAT Bhubaneswar | Argus News