Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅନନ୍ତ ଶୟନ ଠାରେ ସପ୍ତମ ବାଲିଯାତ୍ରା ଲୋକ ମହୋତ୍ସବ ଅନୁଷ୍ଠିତ

Odisha

ଅନନ୍ତ ଶୟନ ଠାରେ ସପ୍ତମ ବାଲିଯାତ୍ରା ଲୋକ ମହୋତ୍ସବ ଅନୁଷ୍ଠିତ

Ritu Das
Browse all articles by Ritu Das
·2 years ago
ଅନନ୍ତ ଶୟନ ଠାରେ ସପ୍ତମ ବାଲିଯାତ୍ରା ଲୋକ ମହୋତ୍ସବ ଅନୁଷ୍ଠିତ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ଅନନ୍ତ ଶୟନ ଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସପ୍ତମ ବାଲିଯାତ୍ରା ଲୋକ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଉପସ୍ଥିତ ଥିଲେ।  

ସକାଳୁ ବିଶ୍ବସାନ୍ତି ମହାଯଜ୍ଞ ହେବା ପରେ ବୋଇତ ବନ୍ଦାଣ ଅନୁଷ୍ଠିତ ହୋଇଥିଲା। ଗ୍ରାମର ୭ ଜଣ ସାଧବ ପୁଅ ବେଶ ହେବା ସହ ୭ ଜଣ ସାଧବ ବୋହୁ ବେଶ ହୋଇଥିଲେ। ଏବଂ ବ୍ରାହ୍ମଣୀ ନଦୀରେ ଏକ ଡଙ୍ଗାକୁ ସାଧବ ବୋହୂମାନେ ବନ୍ଦାପନା କରିଥିଲେ।  ଏହା ଦେଖିବାକୁ ଶହ ଶହ ଲୋକଙ୍କ ଭିଡ ହୋଇଥିଲା। ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The 7th Bali Yatra | Argus News