Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପଦସଙ୍କୁଳ ଅବସ୍ଥାରେ ପୋଲ ଉପରେ ପାର ହେଉଥିବା ବେଳେ ଘଟିଲା ଅଘଟଣ

Ritu Das
Browse all articles by Ritu Das
·1 year ago·1 min read
ବିପଦସଙ୍କୁଳ ଅବସ୍ଥାରେ ପୋଲ ଉପରେ ପାର ହେଉଥିବା ବେଳେ ଘଟିଲା ଅଘଟଣ

ଅର୍ଗସ ବ୍ୟୁରୋ: ପୋଲ  ଉପରେ ଚାଲିଛି ୪ ଫୁଟର ପାଣି । ପାଣିରେ ପଡିଛି ସୁଅ । ଅତି ବିପଦସଙ୍କୁଳ ଅବସ୍ଥାରେ ଲୋକେ ପୋଲ ଉପରେ ପାର ହେଉଥିବା ବେଳେ ଘଟିଲା ଅଘଟଣ । ଏକ ବାଇକରେ ଆସି ୩ ଜଣ ଯୁବକ ଉଛୁଳା ନଦୀ ପାଣି ସୁଅରେ ପୋଲ ଉପରେ ପାର ହେଉଥିବା ବେଳେ ପୋଲ ମଝିରେ ପାଣି ସୁଅରେ ଫସିଲେ ୩ ଯୁବକ । ଅଳ୍ପକେ ବର୍ତ୍ତିଗଲା ଜୀବନ । ପୋଲ ଉପରୁ ଭାସିବା ପୂର୍ବରୁ ବଞ୍ଚାଇ ଆଣିଲେ ସ୍ଥାନୀୟ ଯୁବକ । ଏଭଳି ଘଟଣା ଘଟିଛି ଉଦଳା ବ୍ଲକ କଇଁସାରୀ ଠାରେ ଥିବା ଜାମୁଘାଟ ପୋଲରେ। 

ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିବା କାରଣରୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଦେଓ ନଦୀ ଫୁଲିଥିବା ବେଳେ ଜାମୁଘାଟ ପୋଲ ଉପରେ ଦେଓ ନଦୀର ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି । ଯାହାକି ଜାମୂଘାଟ ପୋଲ ବୁଡିବା ସହିତ ଉଦଳା-ବାଲେଶ୍ୱର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ହେଲେ ଲୋକେ ଉକ୍ତ ପୋଲ ଉପରେ ୪ ଫୁଟ ପାଣିରେ ପଶି ନଦୀ ପାର ହେଉଥିଲେ । ୩ ଜଣ ଯୁବକ ଏକ ବାଇକରେ ଆସି ପାଣିରେ ପଶି ପୋଲ ପାର ହେବାକୁ ଚେଷ୍ଟା କରିଥିଲେ। ୩ ଯୁବକ ନଦୀ ସୁଅରେ ଟଳମଳ ହେବା ସହିତ ଧୀରେ ଧୀରେ ସୁଅ ମୁହଁକୁ ଚାଲିଯାଇଥିଲେ । ସେଠାରେ ୩ ଜଣ ପରସ୍ପରକୁ ଧରି ରଖି ଛିଡା ହୋଇଥିଲେ । ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ଯୁବକମାନେ ଯାଇ ନଦୀ ସୁଅରେ ପଶି ୩ ଜଣ ଯୁବକଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The accident happened | Argus News