ଶନିଶ୍ଚରଙ୍କୁ ଜଳଲାଗି ବେଳେ ଘଟିଲା ଅଘଟଣ

ଜଗତସିଂହପୁର : ଶନିଶ୍ଚରଙ୍କୁ ଜଳଲାଗି କରିବାବେଳେ ଘଟିଲା ଅଘଟଣ। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ କନିମୂଳ ଶନିଶ୍ଚର ମନ୍ଦିରରେ ଶନିଶ୍ଚର ଯଜ୍ଞ ପାଇଁ ଶନି ଠାକୁରଙ୍କୁ ଜଳଲାଗି କରିବାକୁ ଶତାଧିକ ଶ୍ରଦ୍ଧାଳୁ ମହାନଦୀ ପଠାରୁ ଜଳ ଆଣୁଥିଲେ। ଏହି ସମୟରେ କନିମୂଳ ଗ୍ରାମର ଆଲୋକ ସାମଲଙ୍କ ଧର୍ମପତ୍ନୀ ସେଠାରେ ସନି ଠାକୁରଙ୍କୁ ଜଳଲାଗି କରୁଥିଲେ। ତାଙ୍କ ସହିତ ତାଙ୍କର ୧୨ ବର୍ଷ ର ବାଳକ କାହ୍ନା ସାମଲ ମହାନଦୀ ପଠାରେ ଗାଧୋଉଥିଲେ।
ଏହି ସମୟରେ ଶ୍ରଦ୍ଧାଳୁ ମାନଙ୍କ ପେଲା ଠେଲା ରେ ନଦୀ ବୁଡିଯାଇଥିଲେ। କିଛି ସମୟପରେ ସେଠାରେ ଜଳଲାଗି କରୁଥିବା ବ୍ୟକ୍ତି କାହ୍ନା କୁ ନଦୀରେ ବୁଡି ଯାଉଥିବା ଦେଖିଥିଲେ। ସେ ତୁରନ୍ତ ବାଳକକୁ ପାଣି ଭିତରୁ ଉଦ୍ଧାର କରିବା ସହିତ ଉପସ୍ଥିତ ଥାନା ଅଧିକାରୀ ଙ୍କ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ସେଠାରେ ପହଞ୍ଚି ବାଳକ କୁ ତୁରନ୍ତ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ଡାକ୍ତର କାହ୍ନା କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର