Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନ ୧୧ଟାରୁ ୩ଟା ଭିତରେ ଶ୍ରମିକଙ୍କୁ କାମ କରାଇଲେ କାର୍ଯ୍ୟାନୁଷ୍ଠାନ

Ritu Das
Browse all articles by Ritu Das
·2 years ago·1 min read
ଦିନ ୧୧ଟାରୁ ୩ଟା ଭିତରେ ଶ୍ରମିକଙ୍କୁ କାମ କରାଇଲେ କାର୍ଯ୍ୟାନୁଷ୍ଠାନ

ଅର୍ଗସ ବ୍ୟୁରୋ: ଦିନ ୧୧ଟାରୁ ୩ଟା ଭିତରେ ଶ୍ରମିକଙ୍କୁ କାମ କରାଇବାକୁ ବାରଣ । ପ୍ରବଳ ଖରାରେ କାମ କରାଇଲେ ହେବ କାର୍ଯ୍ୟାନୁଷ୍ଠାନ । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି । ନିର୍ଦ୍ଦେଶ ଅବମାନନା ହେଲେ ସମ୍ପକ୍ତ ଅଧିକାରୀ ଦାୟୀ ରହିବେ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଏସଆରସି । ଆଜି ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଥିଲା। 

ଅସହ୍ୟ ତାତିରେ କଲବଲ ସାରା ଓଡ଼ିଶା । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତପ୍ତ ସହର ପାଲଟିଛି । ରାଜଧାନୀର ତାପମାତ୍ରା ୪୧ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲି ଓ ଝାରୁସୁଗୁଡ଼ାର ତାପମାତ୍ରା ମଧ୍ୟ ୪୧ ଡିଗ୍ରୀ ଉପରେ ରହିଛି । ଚାନ୍ଦବାଲିରେ ୪୧ ଦଶମିକ ୧ ଡିଗ୍ରୀ ଏବଂ ଝାରସୁଗୁଡ଼ାରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବାଲେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୩୯.୫ ଡିଗ୍ରୀ, ସମ୍ବଲପୁରରେ ୩୯.୪ ଡିଗ୍ରୀ, ରାଉରକେଲାରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏଭଳି ତାପମାତ୍ରା ଜାରି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The action was | Argus News