Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆରମ୍ଭ ହେଲା ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ

Ritu Das
Browse all articles by Ritu Das
·2 years ago
ଆରମ୍ଭ ହେଲା ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ

ଅର୍ଗସ ବ୍ୟୁରୋ: ଆରମ୍ଭ ହେଲା ମହାବାହୁଙ୍କ ଆଡ଼ପ ମଣ୍ଡପ ଦର୍ଶନ। ବ୍ୟାରିକେଡ଼ ଜରିଆରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ। ନାକଚଣା ଦ୍ଵାରରେ କରିବେ ପ୍ରସ୍ଥାନ। ଶୃଙ୍ଖଳିତ ଦର୍ଶନ ନେଇ ବ୍ୟାପକ ବ୍ୟବସ୍ଥା କରାଯିବା ସହ ମୁତୟନ ହୋଇଛନ୍ତି ୨୦ ପ୍ଲାଟୁନ ଅତିରିକ୍ତ ପୋଲିସ।

ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ପରେ ବଢିବ ଅବକାଶ ତଡ଼ପ ଲାଗି ନୀତି। ସକାଳ ଧୂପରେ ଆଜି ବାହାରିବ ଆଡପ ଅବଢ଼ା । ତିନିଦିନର ଯାତ୍ରା ପଥକ୍ଲେଶ ପରେ ମହାପ୍ରଭୁଙ୍କ ପାଖରେ ଆଜି ଲାଗି ହେବ ମହାପ୍ରସାଦ, ଆଡ଼ପ ଅବଢ଼ା ପାଇବେ ଭକ୍ତ ଶ୍ରଦ୍ଧାଳୁ। ଅନ୍ୟପଟରେ ଆଜି ସନ୍ଧ୍ୟାରେ ହେବ ବନକଲାଗି ନୀତି। ଶ୍ରୀମୁଖ ସିଂହାର ହୋଇ ଝଟକିବ କଳା ଶ୍ରୀମୁଖ। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored