Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯୋଜନାର କାର୍ଯ୍ୟକାରୀତା ନେଇ ପ୍ରଶାସନ ଚଳାଇଛି ଜୋରଦାର ପ୍ରସ୍ତୁତି

Odisha

ଯୋଜନାର କାର୍ଯ୍ୟକାରୀତା ନେଇ ପ୍ରଶାସନ ଚଳାଇଛି ଜୋରଦାର ପ୍ରସ୍ତୁତି

Manini Pattanayak
Browse all articles by Manini Pattanayak
·1 year ago·2 min read
ଯୋଜନାର କାର୍ଯ୍ୟକାରୀତା ନେଇ ପ୍ରଶାସନ ଚଳାଇଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଭଉଣୀଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭେଟି ଦେବାକୁ ବିଜେପି ସରକାରର ଯୋଜନା । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସୂଚନା 100 ଦିନ ଭିତରେ ସବୁ ମହିଳାଙ୍କୁ ମିଳିବ 50 ହଜାର । ୨୪ ମହାଲଢେଇରେ ଗେମ୍ ଚେଞ୍ଜର୍ ସାଜି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିଥିଲା ବିଜେପିର ସୁଭଦ୍ରା ପ୍ରତିଶ୍ରୁତି । ଖୁବଶୀଘ୍ର ମହିଳା ମାନଙ୍କୁ ବଡ଼ ଭେଟି ଦେବାକୁ ଯାଉଛନ୍ତି ବିଜେପି ସରକାର । ପ୍ରାୟତଃ ଅଗଷ୍ଟ ୧୫ ତାରିଖରେ ଶୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କାର୍ଯ୍ୟକାରୀ କରି ପାରନ୍ତି ବିଜେପି ସରକାର । ଏହି ଯୋଜନା ଦ୍ବାରା ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ ଭାଉଚର । ଯେଉଁ କ୍ୟାସ ଭାଉଚର କୁ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରି ପାରିବେ ଲାଭାର୍ଥୀ ମହିଳାମାନେ । ବିଶେଷ କରି ନିଜ ପିଲାଙ୍କ ପାଠ ପଢା, ଝିଅ ବାହାଘର ଠୁ ନେଇ ପରିବାରର ଛୋଟ ମୋଟ କାମ ଏହି ଟଙ୍କା ରେ ସେମାନେ କରି ପାରିବେ ।

ଏପରିକି ସେହି ୫୦ ହଜାର ଟଙ୍କା କୁ ବିନିଯୋଗ କରି କୌଣସି ବେପାର ବଣିଜ ଦ୍ୱାରା ନିଜକୁ ସ୍ୱାବଲମ୍ବୀ କରି ପାରିବେ ମହିଳାମାନେ । ତେବେ ଏ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ଶୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବା ସହ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ଶୁଭଦ୍ରା ସ୍କିମ ଟଙ୍କା । 

 ସେପଟେ ବିଜେପି ସରକାର ଖୁବଶୀଘ୍ର ଶୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଥିବାରୁ ମହିଳା ମାନଙ୍କ ମଧ୍ୟରେ ବଢିଛି ଉତ୍ସାହ  । ପ୍ରତିଶ୍ରୁତି ମୁତାବକ ସରକାରକୁ ଆସିବାର ପ୍ରଥମ ଯୋଜନା ଭାବେ ଶୁଭଦ୍ରା ସ୍କିମ କୁ ଲାଗୁ କରିବାକୁ ଯାଉଥିବାରୁ ଧନ୍ୟବାଦ ଦେଇଛନ୍ତି ମହିଳାମାନେ ।  ୨୪ ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ଶୁଭଦ୍ରା ଯୋଜନାର ପ୍ରତିଶ୍ରୁତି । ରାଜ୍ୟ ରାଜନୀତିର ସମିକରଣ କୁ ବଦଳାଇ ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା । ତେବେ ଶପଥ ଗ୍ରହଣ ର କିଛି ସମୟ ପରେ ରାଜ୍ୟ କ୍ୟାବିନେଟ ଶୁଭଦ୍ରା ଯୋଜନାରେ ମୋହର ମାରିବା ପରେ ପ୍ରାୟତଃ ଅଗଷ୍ଟ ୧୫ ରେ ଲାଗୁ କରିବାକୁ ଯୋଜନା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କୁହାଯାଉଛି ଅଗଷ୍ଟ ୧୫ ରେ ଯୋଜନାକୁ ଲାଗୁ କରି ମହିଳା ମାନଙ୍କ ୫୦ ହଜାର ଟଙ୍କାର ରାକ୍ଷୀ ଉପହାର ଦେବେ ବିଜେପି ସରକାର।
 ଅଧିକ ପଢନ୍ତୁ ଓଡ଼ିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The administration has made vigorous preparations for the implementation of the subhadra plan | Argus News