Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରିପଦା ବସଷ୍ଟାଣ୍ଡରୁ ୧୪ଟି ସରକାରୀ ବସ୍‌ ଗଡ଼ାଇଲା ପ୍ରଶାସନ

Banajyotshna Ray
Browse all articles by Banajyotshna Ray
·2 years ago
ବାରିପଦା ବସଷ୍ଟାଣ୍ଡରୁ ୧୪ଟି ସରକାରୀ ବସ୍‌ ଗଡ଼ାଇଲା ପ୍ରଶାସନ

ଅର୍ଗସ ବ୍ୟୁରୋ:  ବାରିପଦାରୁ ବିଭିନ୍ନ ରୁଟ୍‌ରେ ଗଡିଲା ସରକାରୀ ବସ୍ । ବାରିପଦା ବସଷ୍ଟାଣ୍ଡରୁ ୧୪ଟି ସରକାରୀ ବସ୍‌ ଗଡ଼ାଇଲା ପ୍ରଶାସନ। ବାରିପଦା ବସଷ୍ଟାଣ୍ଡରେ ସମୟ ନିର୍ଘଣ୍ଟକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଯାହାକୁ ନେଇ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଗତକାଲି ଜିଲ୍ଲାପାଳଙ୍କ ସହ ଘରୋଇ ବସ୍‌ ମାଲିକ ସଂଘର ଆଲୋଚନ ବିଫଳ ହେବା ପରେ ଆଜି ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ଘରୋଇ ବସଷ୍ଟାଣ୍ଡରେ ପୋଲିସ ମୁତୟନ କରିବା ସହ ଓଏସଆରଟିସିର ୧୪ ଟି ବସ ଗଡ଼ାଇଛି ପ୍ରଶାସନ। ବସ୍‌ ଗୁଡିକ ଜିଲ୍ଲାର ବିଭିନ୍ନ ରୁଟ୍ ରେ ଚଳପ୍ରଚଳ ଆରମ୍ଭ କରିଛି । ଏହାସହ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଛକ ମାନଙ୍କରେ ପୋଲିସ  ମୁତୟନ କରାଯାଇଛି । ଆଜି ପୁଣିଥରେ ପ୍ରଶାସନିକ ସ୍ତରରେ ବାରିପଦା ଘରୋଇ ବସ ମାଲିକଙ୍କ ସହ ଆଲୋଚନା ହେବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The administration has rolled out 14 government buses from Baripada bus stand | Argus News